କ’ଣ ପାଇଁ ପ୍ରଥମ ବିଶ୍ୱଯୁଦ୍ଧରେ ଆମେରିକା ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା?

ନ୍ୟୁୟର୍କ : (ବିଜୟ ସାହୁ)-ଏବେ ବି ବୁର୍ଜୁଆ ବୁଦ୍ଧିଜୀବୀଙ୍କ ବିତର୍କର ଅନ୍ତ ହେଇନାହିଁ କାହିଁକି ଆମେରିକା ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବା ଶେଷ ପର୍ଯ୍ୟାୟରେ ମିତ୍ର ଶକ୍ତି ସାମ୍ମୁଖ୍ୟରେ ଯୋଗଦେଲା । ରାଷ୍ଟ୍ରପତି Woodrow Wilson ଯୁଦ୍ଧରୁ ଦୂରେଇ ରହିବାକୁ ଚାହୁଁଥିଲେ ।ସେ ଏହି ଯୁଦ୍ଧକୁ ଇଉରୋପର ରକ୍ତସ୍ନାତ ଯୁଦ୍ଧ ଭାବରେ ଅଭିହିତ କରି ସେଥିରେ ଗା-ଧୋଇବାକୁ ଚାହୁଁ ନଥିଲେ ।

୧୯୧୪, ଅଗଷ୍ଟ ୧୯ ରେ ରାଷ୍ଟ୍ରପତି ଔପଚାରିକ ଭାବରେ ଘୋଷଣା କରିଥିଲେ –
” The United States must be neutral in fact as well as in name during these days that are to try men’s souls . We must be impartial in thought as well as in action, must put a curb upon our sentiments as well as every transaction that might be construed as a preference one party to the struggle before another “

ସଂକ୍ଷେପରେ କହିଲେ, ସେ ଉଭୟ କଥାରେ ଓ କାର୍ଯ୍ୟରେ ଏହି ଯୁଦ୍ଧରେ କୌଣସି ପକ୍ଷରେ ଠିଆ ନ ହେଇ ନିରପେକ୍ଷ ରହିବାକୁ ଘୋଷଣା କରିଥିଲେ । ୧୯୧୪ ଏପ୍ରିଲ ୨୦ ରେ କହିଥିଲେ, ଆମର ପୂର୍ଣ କର୍ତ୍ତବ୍ୟ ହେଉଛି ଆମେରିକା ପ୍ରଥମ ।ଆମେ ଇଉରୋପ ବିଷୟରେ ଚିନ୍ତା କରିବା ପୂର୍ବରୁ ଆମେରିକା ବିଷୟରେ ଚିନ୍ତା କରିବା ଉଚିତ, ଯାହା ଦ୍ୱାରା ଆମେରିକା ଇଉରୋପର ବନ୍ଧୁ ହେବାକୁ ଯୋଗ୍ୟ ହେବ । ୧୯୧୭ ପର୍ଯ୍ୟନ୍ତ ତାଙ୍କର ଏହି ପରି ଦୃଷ୍ଟିଭଙ୍ଗୀ ଥିଲା ।

କିନ୍ତୁ କାହିଁକି ପୁଣି ସେ ଆମେରିକାକୁ
ଯୁଦ୍ଧରେ ସାମିଲ ହେବାକୁ ଯଥାର୍ଥ ଘୋଷଣା କରିଥିଲେ ?

ତାଙ୍କର “ଆମେରିକା ପ୍ରଥମ ଓ ନିରପେକ୍ଷତା” ” ବିଶ୍ୱକୁ ଗଣତନ୍ତ୍ର ପାଇଁ ନିରାପଦ କରିବା ” ଆଡେ ଢଳି ଯାଇଥିଲା ?
ଏହି ଯୁଦ୍ଧ ସମ୍ପର୍କରେ ଲେଖିଥିବା କିଛି ଐତିହାସିକଙ୍କ ମତରେ ମାତ୍ର ଗୋଟିଏ ଟେଲିଗ୍ରାମ ସବୁକିଛି ବଦଳାଇ ଦେଇଥିଲା ।

ଏହି ଟେଲିଗ୍ରାମଟି ଥିଲା ଜିମରମ୍ୟାନ ଟେଲିଗ୍ରାମ । ଜର୍ମାନୀର ବୈଦେଶିକ ମନ୍ତ୍ରୀ ଅର୍ଥର ଜିମରମ୍ୟାନ ମେକ୍ସିକୋରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ହେନେରିକ ଭନ ଏକାର୍ଡଙ୍କୁ ୧୯୧୭ ଜାନୁଆରୀ ୧୬ ରେ ପଠେଇଥିଲେ । ଏହା ଏକ ଗୁପ୍ତ ରାଜନୈତିକ ବାର୍ତ୍ତା । ଟେଲିଗ୍ରାମକୁ ଜଣେ ବ୍ରିଟିଶ ଗୁପ୍ତଚର ଧରି ଥିଲେ ଓ ଏହାକୁ ଡିକୋଡ଼ କରି ଆମେରିକାକୁ ହସ୍ତାନ୍ତର କରିଥିଲେ ।
ଫେବୃଆରୀ ମାସରେ ଏହା ପ୍ରକାଶିତ ହେବା ପରେ ଆମେରିକା ଜନମତ ଜର୍ମାନୀ ବିରୁଦ୍ଧରେ ଯାଇଥିଲା । ଫଳରେ ରାଷ୍ଟ୍ରପତିଙ୍କୁ ନିରପେକ୍ଷତା ନୀତି ପରିବର୍ତ୍ତନ କରିବାକୁ ପଡିଥିଲା ଓ ସେ ଏପ୍ରିଲ 6ରେ ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।

ଯୁଦ୍ଧ ଘୋଷଣା ପୂର୍ବରୁ ପ୍ରେସିଡେଣ୍ଟ କଂଗ୍ରେସରେ ଉପସ୍ଥିତ ହେଇ ଘୋଷଣା କଲେ -The World must be made safe for democracy . ” କଂଗ୍ରେସ ସଭ୍ୟମାନେ ବିନା ପ୍ରତିବାଦରେ ଉତ୍ସାହିତ ହେଇ ରାଷ୍ଟ୍ରପତିଙ୍କୁ ଯୁଦ୍ଧ ଘୋଷଣାର ଅନୁମତି ଦେଲେ । ପ୍ରଥମ ଥର ପାଇଁ ଆମେରିକା ଅନ୍ୟ ଦେଶକୁ ସେନା ପଠେଇ ମିତ୍ରପକ୍ଷ ସାମ୍ମୁଖ୍ୟରେ ଯୁଦ୍ଧରେ ସାମିଲ ହେଲା ଯାହା ଇଉରୋପୀୟ ଯୁଦ୍ଧ ଭାବରେ ଆରମ୍ଭ ହେଇଥିଲା । ଏତାଦୃଶ ଘଟଣା ପରବର୍ତ୍ତୀ ଗୋଟିଏ ଶତାବ୍ଦୀ ପର୍ଯ୍ୟନ୍ତ ଆମେରିକାର ଯୁଦ୍ଧ ନୀତିକୁ ପ୍ରଭାବିତ କରି ଥିଲା ।

ଟେଲିଗ୍ରାମର ବିଷୟ ଵସ୍ତୁ ସଂକ୍ଷେପରେ ଉଲ୍ଲେଖ କରୁଛି –
ଆମେରିକା ଯଦି ଜର୍ମାନୀ ବିରୁଦ୍ଧରେ ଯୁଦ୍ଧରେ ଯୋଗଦାନ କରେ ତାହେଲେ ଜର୍ମାନୀ ଓ ମେକ୍ସିକୋ ମଧ୍ୟରେ ଗୋଟିଏ ସାମରିକ ସଙ୍ଘ ଗଠନ ପ୍ରସ୍ତାବ ଥିଲା । ଜର୍ମାନୀ ମେକ୍ସିକୋକୁ ଆର୍ଥିକ ଓ ସାମରିକ ସହାୟତା ଦେଵ ଓ ଯୁଦ୍ଧରେ ଜିତିଲେ ମେକ୍ସିକୋକୁ ଟେକ୍ସାସ,ନିୟୁ ମେକ୍ସିକୋ ଓ ଆରିଜୋନା ପରି ଆମେରିକୀୟ ଅଞ୍ଚଳକୁ ଫେରାଇ ଦେଵ ।

ଅବଶ୍ୟ ମେକ୍ସିକୋ ଜର୍ମାନୀର ପ୍ରସ୍ତାବକୁ ଗୁରୁତର ସହ ବିଚାର କରି ନଥିଲା ।କାରଣ ଏହା ସାମରିକ ଓ ରାଜନୈତିକ ଦୃଷ୍ଟିକୋଣରୁ ସମ୍ଭବ ନ ଥିଲା । ଅନ୍ୟ ପକ୍ଷରେ ଜର୍ମାନୀର ଏହି ଟେଲିଗ୍ରାମ ବାର୍ତ୍ତା,ଯୁଦ୍ଧରେ ଵିଜୟ ପରେ ଆମେରିକାର ମେକ୍ସିକୋର ବୈପ୍ଳବିକ କ୍ରିୟାକଳାପ ( ୧୯୧୦ -୧୯୨୦ ) ପ୍ରତି ସନ୍ଦେହ ବୃଦ୍ଧି କରି ଥିଲା । ଏହା ଆମେରିକାର ଲାଟିନ ଆମେରିକାରେ ବୈଦେଶିକ ନୀତିକୁ ରୂପାୟିତ କରିଥିଲା । ଏବଂ ଆଞ୍ଚଳିକ ପ୍ରଭୁତ୍ୱ ଉପରେ ଗୁରୁତ୍ୱ ଦେଇଥିଲା ଯାହାକି Monroe Doctrine ଭାବରେ ପରିଚିତ ।
James Monroe ହେଉଛନ୍ତି ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ରାଷ୍ଟ୍ରପତି । ଏହି ସିଦ୍ଧାନ୍ତ ( Docrine ) ତାଙ୍କର ଇଉରୋପୀୟ ଶକ୍ତିଗୁଡିକୁ ପୁନରାୟ ପଶ୍ଚିମ ଗୋଲାର୍ଦ୍ଧରେ ଉପନିବେଶ ସୃଷ୍ଟିକୁ ପ୍ରତିରୋଧ କରିବା ଓ ଆମେରିକାର ଆଞ୍ଚଳିକ ପ୍ରାଧାନ୍ୟକୁ ଜାହିର କରିବା ପାଇଁ ଉଦିଷ୍ଟ ଥିଲା ।
ଜିମରମ୍ୟାନ ଟେଲିଗ୍ରାମ ଆମେରିକାର ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ ହେବା ଓ ଆମେରିକାକୁ ଏକ ବିଶ୍ୱ ଶକ୍ତି ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେଇଥିଲା ।
ଅବଶ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ଇଉରୋପୀୟ ବ୍ୟାପାରରେ ସମ୍ପୃକ୍ତି ସୀମିତ ଥିଲା ।
1919 ସୁଦ୍ଧା ଆମେରିକା ଶିଳ୍ପ ଉତ୍ପାଦନ କ୍ଷମତା ବୃଦ୍ଧି କରି ଓ ଆମେରିକା ବ୍ୟାଙ୍କଗୁଡିକ ମାଧ୍ୟମରେ ଇଉରୋପୀୟ ରାଷ୍ଟ୍ରଗୁଡିକୁ ୠଣ ପ୍ରଦାନ କରି ଗୋଟିଏ ଶକ୍ତିଶାଳୀ ଆର୍ଥିକ ଶକ୍ତି ହେଲା । କିନ୍ତୁ ରାଜନୈତିକ ଦିଗରେ ଇଉରୋପୀୟ ବ୍ୟାପାରରୁ ନିଜକୁ ଦୂରେଇ ରଖିଥିଲା । ପ୍ରାକ୍ତନ ରାଷ୍ଟ୍ରପତି Woodrow Wilson ଙ୍କ ପ୍ରସ୍ତାବ ସତ୍ତ୍ୱେ ଭର୍ସାଇଲ ଚୁକ୍ତିକୁ ଆମେରିକା ସିନେଟ 1919 ଓ 1920 ରେ ନାକଚ କଲା ଓ League Of Nations ରେ ଯୋଗ ଦେଲା ନାହି । 1920s is known as Roaring Twenties .
ଏହି ସମୟରେ ଆର୍ଥିକ ବିକାଶ,ସାଂସ୍କୃତିକ ପରିବର୍ତ୍ତନ,ଉପଭୋକ୍ତାବାଦ , ଶ୍ରମିକ ଧର୍ମଘଟ , କମ୍ୟୁନିଷ୍ଟ ଦର୍ଶନ ଓ ସମାଜବାଦ ଉପରେ ଚର୍ଚ୍ଚା କରୁଥିବା ବ୍ୟକ୍ତିମାନଙ୍କୁ ଦମନ, ଉତ୍ପୀଡନ ଇତ୍ୟାଦି ଆରମ୍ଭ ହେଲା ।

ଯୁଦ୍ଧ ପରେ ରାଜନୈତିକ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିଲା । ମହିଳାମାନେ ଯୁଦ୍ଧରେ ସହଯୋଗ କରିଥିବାରୁ ସମ୍ବିଧାନର ୧୯ତମ ସଂଶୋଧନ ମାଧ୍ୟମରେ ଭୋଟ ଅଧିକାର ପ୍ରଦାନ କରାଗଲା । ଅନ୍ୟ ପକ୍ଷରେ ଜାତିଗତ ଭେଦଭାବ, ହିଂସା ଉତ୍ତେଜନା ମଧ୍ୟ ଘନୀଭୂତ ହେଲା । କାରଣ ଆଫ୍ରିକୀୟ ଆମେରିକୀୟ ସୈନ୍ୟ ଯୁଦ୍ଧରୁ ଫେରିବା ପରେ ସେମାନଙ୍କ ଆମେରିକା ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ସତ୍ତ୍ୱେ ନିଯୁକ୍ତିରେ ପକ୍ଷପାତର ସମ୍ମୁଖୀନ ହେଲେ । ସେମାନେ ଆଶା କରିଥିଲେ ଯୁଦ୍ଧରୁ ଫେରିବା ପରେ ସମ୍ମାନ ଓ ସମ୍ବର୍ଦ୍ଧନା ପାଇବେ । କାରଣ ସେମାନଙ୍କୁ କୁହା ଯାଇଥିଲା ଗଣତନ୍ତ୍ରର ଵିଜୟ ଓ ସୁରକ୍ଷା ପାଇଁ ଯୁଦ୍ଧକୁ ଯାଉଛ । କିନ୍ତୁ ଫେରିବା ପରେ ସେମାନେ ଜିମ କ୍ରୋ ବିଚ୍ଛେଦ ନୀତି, ଭୋଟ ଅଧିକାର ରୁ ବଞ୍ଚିତ ହେଲେ ଓ ଅସୁରକ୍ଷିତ ଭାବ ସୃଷ୍ଟି ହେଲା । ସୂତରାଂ , କିଛି ବର୍ଷ ପରେ ଯୁଦ୍ଧ ଵିଜୟକୁ ଲୋକେ ଭୁଲି ଗଲେ ଓ ଆମେରିକାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିବା ପ୍ରକ୍ରିୟା ଆରମ୍ଭ ହେଇଗଲା ।

Leave a Reply

Your email address will not be published. Required fields are marked *