ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ: ସିଂହଦ୍ୱାର ସମ୍ମୁଖରେ ତିନି ଠାକୁର । ଗତକାଲି ସୁନବେଶ ସରିବା ପରେ ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି ।ରଥଯାତ୍ରାରେ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି । କ୍ଷୀର, ଛେନା, କର୍ପୁର, ଗୁଜୁରାତି ଆଦି କେତେ ପ୍ରକାର ଜିନିଷ ପଡି ପ୍ରସ୍ତୁତ ହୋଇଥାଏ ଏହି ଅଧରପଣା । ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବଦେବୀ ଓ ଅଶରୀରଙ୍କ ଲାଗି ଭଙ୍ଗାହେବ ଅଧର ହାଣ୍ଡି ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟା ୩୦ରୁ ଆରମ୍ଭ ଆଜି ନୀତି ଆରମ୍ଭ ହୋଇ ୮ଟା ୩୦ରେ ଶେଷ ହେବ। ତିନି ଠାକୁରଙ୍କ ସାମ୍ନାରେ ୩ଟି ଲେଖାଏ ହାଣ୍ଡି ପଣା ଭୋଗ ହେବ । ପଣା ଭୋଗ ପରେ ଏହି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯିବାର ପରମ୍ପରା ରହିଛି। ପରେ ମଧ୍ୟ ରାତ୍ର ୨ଟାରେ ଶ୍ରୀଜିଉଙ୍କ ରାତ୍ର ପହୁଡ଼ କରାଯିବ ଏବଂ ଆସନ୍ତାକାଲି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।