ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ରୟାଲ୍ ଦ୍ୱାରା ମିଶନ୍ ଆଶା ଆଶ୍ରମରେ ମଧ୍ୟାହ୍ନ ଭୋଜନ ଓ ପିତାପାଲି ଛକଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ୨୭ ଜୁଲାଇ ୨୦୨୫: ଓଡ଼ିଶାର ତଥା ଜିଲ୍ଲା ୩୨୬୨ର ଅଗ୍ରଣୀ ସାମାଜିକ ସଂଗଠନ “ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ରୟାଲ୍” ପକ୍ଷରୁ ଭୁବନେଶ୍ୱରର ଇନଫୋସିଟି ଟୁ ରୋଡ ତଳକେଦା ଛକ ନିକଟସ୍ଥ “ମିଶନ୍ ଆଶା” ଆଶ୍ରମରେ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଆଶ୍ରମରେ ରହୁଥିବା ୨୫୦ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପାଇଁ ଏହି ଭୋଜନର ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ପରିବେଶ ସୁରକ୍ଷା ପାଇଁ କ୍ଲବ ଦ୍ୱାରା ପିତାପାଲି ଛକଠାରେ ୩୦୦ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଅର୍ଜୁନ କୁମାର ସାହୁ, ସେକ୍ରେଟାରୀ ଦୀପକ ସେହେଗାଲ, ପିଡିଜି ଦେବାଶିଷ ମିଶ୍ର, ପିଡିଜି ରବି ନାରାୟଣ ନନ୍ଦ, ପିଡିଜି ଶିବ ଦାସ, ଡିଜୀଇ ଅନିଲ ସାମଲ, ପ୍ରାକ୍ତନ ସଭାପତି ପ୍ରଦୀପ ଦାସ, ଆଜାଦ ହିନ୍ଦ ପାଣିଗ୍ରାହୀ, ବାଦଲ ପରିଜା, ପ୍ରସନ୍ନ ଲେଙ୍କା, ପ୍ରତାପ ଚୌଧୁରୀ, ବରିଷ୍ଠ ରୋଟାରୀଆନ ବିଶ୍ନୁ ପ୍ରସାଦ କେଡ଼ିଆ, ସ୍ରିନିବାସ ସାହୁ, ସ୍ମୃତି ରଞ୍ଜନ ବିଶ୍ଵାଳ, ଡି ଆର୍ ଆର୍ ଡାଃ ସତ୍ୟ ପଟ୍ଟନାୟକ, ରୋଟ୍ରାକ୍ଟର ସଭାପତି ଦେବୁ ମହାରଣା ଏବଂ ଅନ୍ୟାନ୍ୟ ବରିଷ୍ଠ ସଭ୍ୟମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ରୟାଲ୍ ସାମାଜିକ ସେବା ଓ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି।

Leave a Reply

Your email address will not be published. Required fields are marked *