ରେଶମ ପୋକ ଆଉ କରୁଣା ସିଲ୍କ

ଭୁବନେଶ୍ୱର: (ଜୟନ୍ତ ସେଠ) :ଗୋଟିଏ ଖଣ୍ଡୁଆ ପାଟଶାଢ଼ୀ ପାଇଁ ଯେଉଁ ପାଟ ସୂତା ସୃଷ୍ଟି କରାଯାଏ, ସେଥିରେ ପ୍ରାୟ 10 ହଜାର ରୁ 15 ହଜାର ରେଶମ ପୋକଙ୍କୁ ହତ୍ୟା କରାଯାଏ l ରେଶମ ପୋକ ଖୋଷା ଭିତରେ ଥିବାବେଳେ ଗରମ ପାଣି ରେ ପକାଇବା ବେଳେ ପୋକ ସବୁ ମରନ୍ତି l ଏ ପ୍ରକ୍ରିୟା ସେବେଠାରୁ ଚାଲିଛି, ଯେବେ ଠାରୁ ପାରମ୍ପରିକ ପାଟ ଓ ଟସର ଶାଢ଼ୀ ଆଦି ବୁଣା ଆରମ୍ଭ ହୋଇଥିଲା l ଏପରିକି ଶ୍ରୀ ମନ୍ଦିର ରେ ଲାଗି ହେଉଥିବା ମହାପ୍ରଭୁଙ୍କର ଯାବତୀୟ ପାଟ ବସ୍ତ୍ର ପାଇଁ କେତେ ଯେ ରେଶମ କୀଟ ବଳି ପଡିଛନ୍ତି ତା’ର ହିସାବ ନାହିଁ l
କିନ୍ତୁ 2023 ବେଳକୁ ଏଥିରେ ରୋକ ଲାଗିବାର ପ୍ରକ୍ରିୟା ଆରମ୍ଭ ହେଲା l ରାଜ୍ୟ ସରକାରଙ୍କ ସୁଦକ୍ଷ ସଚିବ ଅରବିନ୍ଦ ପାଢ଼ୀ ଙ୍କ ନେତୃତ୍ୱରେ କେମିତି ରେଶମ ପୋକଙ୍କୁ ହତ୍ୟା ନକରି, ସେମାନଙ୍କର ଜୀବନ ଚକ୍ରକୁ ଅକ୍ଷୁର୍ଣ୍ଣ ରଖାଯାଇ ପାଟ ସୁତା ସୃଷ୍ଟି କରାଯାଇ ପାରିବ ସେ ଦିଗରେ ଚିନ୍ତନ କରାଗଲା l ସେତେବେଳେ ପଡୋଶୀ ଆନ୍ଧ୍ର ପ୍ରଦେଶର କୁସୁମା ରାଜାୟିୟା ଆରମ୍ଭ କରିଥିବା ଅହିଂସା ସିଲ୍କ କୁ ଆଖି ଆଗରେ ରଖି କୀଟ ଙ୍କୁ ହତ୍ୟା ନକରି ସ୍ୱତନ୍ତ୍ର ପାଟ ସୁତା ସୃଷ୍ଟି ପାଇଁ ଉଦ୍ୟମ କରାଗଲା l ପୁରା ପ୍ରକ୍ରିୟାରେ ଅରବିନ୍ଦ ପାଢ଼ୀ ଏବଂ ତତ୍କାଳୀନ ହସ୍ତତନ୍ତ ବିଭାଗ ନିର୍ଦେଶକ ଶୋଭନ ସାହୁ ବହୁ ପରିଶ୍ରମ କରୁ ଥାଆନ୍ତି l ରେଶମ ପୋକ ପାଳନ (ସେରି କଲଚର) କରୁଥିବା ଚାଷୀ ମାନଙ୍କୁ ବାରମ୍ବାର ବୁଝାଇ, ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଏହି ନୂତନ ପଦ୍ଧତିରେ ଅଭ୍ୟସ୍ତ କରାଇବା କାଠିକର ପାଠ ହେଇପଡ଼ିଲା l ଅନେକ ଦିନର ଚେଷ୍ଟା ପରେ ଚାଷୀ ମାନେ ରେଶମ ପୋକଙ୍କୁ ଜୀବିତ ରଖି ସୁତା ସୃଷ୍ଟ କରିବାର କୌଶଳଟି ହାସଲ କରିପାରିଲେ l ଆନ୍ଧ୍ରପ୍ରଦେଶର ‘ଅହିଂସା ସିଲ୍କ’ ଉତ୍ପାଦନ କିନ୍ତୁ ଥିଲା ବହୁତ କମ l କିନ୍ତୁ ଆମ ଅଧିକାରୀ ମାନଙ୍କର ଆଗ୍ରହ ଓ ନିଷ୍ଠାର ଫଳ ସ୍ୱରୂପ୍ରାୟ 2000 ରେଶମ ଚାଷୀଙ୍କୁ ଏଥିରେ ସାମିଲ କରାଗଲା l ତତ୍କାଳୀନ ବିଜେଡି ସରକାର ଙ୍କ 5T କାର୍ଯ୍ୟକ୍ରମରେ ମଧ୍ୟ ଏହା ଏକ ଅଂଶ ହେଲା l ସେ ବର୍ଷ ପ୍ରାୟ 8 ହଜାର ମିଟର କରୁଣା ସିଲ୍କ ଉତ୍ପାଦିତ ହେଲା l ପୁଣି ଶ୍ରୀମନ୍ଦିରରେ ଆମ ଠାକୁର ମାନେ ପରିଧାନ କଲେ ବିନା ଜୀବ ହତ୍ୟା ରେ ପ୍ରସ୍ତୁତ ହୋଇଥିବା କରୁଣା ସିଲ୍କ ଖଣ୍ଡୁଆ ପାଟ ବସ୍ତ୍ର l ଏହା ଥିଲା ସରକାରଙ୍କ ବହୁତ ବଡ଼ ସଫଳତା l କିନ୍ତୁ ଦୁଃଖ ର କଥା ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବାରମ୍ବାର ବିଭିନ୍ନ ସଫଳ କାର୍ଯ୍ୟକ୍ରମ ର ପ୍ରଚାର ହେଲା ସିନା କିନ୍ତୁ କରୁଣା ସିଲ୍କ ର ସଫଳତାର କାହାଣୀ କିନ୍ତୁ ଅକୁହା ହୋଇ ରହିଗଲା l
ଓଡ଼ିଶାର ଗଣମାଧ୍ୟମ ମାନେ ଵି ଏଭଳି ଏକ ଇଂଟରେଷ୍ଟିଙ୍ଗ କାହାଣୀ କୁ ନେଇ ବିଶେଷ ଖବର ପ୍ରସାର କଲେନି l ଗଣମାଧ୍ୟମ ମୁଖ୍ୟ ମାନେ ଏମିତି ଏକ ଭିନ୍ନ ଏବଂ ଅନନ୍ୟ ପ୍ରୟାସ ଓଡ଼ିଶାରେ ଆରମ୍ଭ ହୋଇଛି, ଏକଥା ଜାଣି ଥିବେ କି ନାହିଁ ସନ୍ଦେହ l
ମୋର ଯାହା ମନେ ମନେ ପଡୁଛି ଇଣ୍ଡିଆନ ଏକ୍ସପ୍ରେସ ରେ ଡ଼ାଏନା ସାହୁ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ l ଏବଂ ଯେତେବେଳ 2023 ରେ ଏହା ନୂଆଦିଲ୍ଲୀ ରେ IITF ରେ ପ୍ରଦର୍ଶିତ ହୋଇଥିଲା Times ଅଫ India, The Telegraph, PTI, CNBC ଏସମ୍ପର୍କିତ ଖବର ପ୍ରକାଶ କରିଥିଲେ l
ତେବେ କିଛି ସ୍ଥାନୀୟ website, ଯେଉଁମାନଙ୍କର ସଂସ୍ଥା ହସ୍ତ ତନ୍ତ ବିଭାଗ ପକ୍ଷରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ପ୍ରଚାର ପ୍ରସାର ଏବଂ ଭିଡିଓ ଡକୁମେଣ୍ଟେସନ କାମ ନେଇଥିଲେ କେବଳ ସରକାରୀ ଵିଧି ବ୍ୟବସ୍ଥାକୁ ଆଖିଠାର ମାରିବା ପାଇଁ ଛୋଟିଆ ଛୋଟିଆ ଲେଖା ମାନ ପ୍ରକାଶ କରିଥିଲେ, ଆଉ ସେତକ ଵି ଭିଜିବଲ ହେଇନଥିଲା l
କହି ରଖେ, ଆନ୍ତର୍ଜାତିକ ବଜାରରେ କରୁଣା ସିଲ୍କର ବହୁତ ଚାହିଦା ରହିଛି l PETA ପରି ଆନ୍ତର୍ଜାତିକ ସଂଗଠନ ଏହାକୁ ବ୍ୟାପକ ଭାବେ ସମର୍ଥନ କରୁଛନ୍ତି l ପ୍ରଚୁର ପରିମାଣ ରେ ଅର୍ଡର ପହଁଚୁଛି l ପୁରୀ ରେ ଏହାର ଏକ ସ୍ୱତନ୍ତ୍ର ଶୋ’ ରୁମ ମଧ୍ୟ ଖୋଲିଛି l ଦେଶ ବିଦେଶର ଧର୍ମପ୍ରାଣ ବ୍ୟକ୍ତି ବିଶେଷ କରି ଭାରତୀୟ ଅହିଂସା ନୀତି ରେ ବିଶ୍ୱାସ ରଖୁଥିବା ସମ୍ପ୍ରଦାୟ ପରମ ଆଗ୍ରହର ସହିତ କରୁଣା ସିଲ୍କ ବସ୍ତ୍ର କିଣୁଛନ୍ତି l କିନ୍ତୁ ନା ପୂର୍ବ ସରକାର, ନା ନୂଆ ସରକାର, କେହି ଵି କରୁଣା ସିଲ୍କ ର ମହତ୍ୱ ବୁଝିଲେ ନାହିଁ l ଦେଶରେ ଓଡ଼ିଶା ପ୍ରଚୁର ପରିମାଣରେ ଏଭଳି କୀଟ ହତ୍ୟା ବିହୀନ ପାଟ ବସ୍ତ୍ର ଉତ୍ପାଦନ କରୁଥିବା ପ୍ରଥମ ରାଜ୍ୟ : ଏକଥା ସମସ୍ତେ ଭୁଲିଗଲେ l
କିଛି ଦିନ ତଳେ ରାଜ୍ୟ ସରକାର ଆୟୋଜନ କରିଥିଲେ Tex 2025 l ସେଠାରେ କରୁଣା ସିଲ୍କ, ଯାହାକି ଓଡ଼ିଶାର ଅନନ୍ୟ କୃତିତ୍ୱ, ସେ ବିଷୟରେ ଆଲୋକପାତ ଵି କରାଗଲା ନାହିଁ l ଗତକାଲି ମହା ସମାରୋହ ରେ ପାଳିତ ହେଲା ଜାତୀୟ ହସ୍ତତନ୍ତ ଦିବସ l କିନ୍ତୁ ସେଠାରେ ଵି ଏ ବିଷୟ ରେ କିଛି ଵି ଆଲୋଚନା ନଥିଲା l ହସ୍ତତନ୍ତ ବିଭାଗର କିଛି ନିଷ୍ଠାପର ଅଧିକାରୀ ଯେଉଁ ମାନେ କରୁଣା ସିଲ୍କ ପାଇଁ ଦିନ ରାତି ଏକ କରି ଦେଇଛନ୍ତି ସେମାନେ କେବଳ ମନ କୁ ମାରି ବସିଛନ୍ତି l
ଫଟୋ ସୌଜନ୍ୟ : google

Leave a Reply

Your email address will not be published. Required fields are marked *