ନିର୍ବାଚନ କମିଶନଙ୍କୁ
ଝଟକା,  ୨୨ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ : (ବିଜୟ ସାହୁ)- ସୁପ୍ରିମକୋର୍ଟ  ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ଓ ଜଷ୍ଟିସ ଜୟମାଲା ବାଗ୍ଚିଙ୍କ ପୀଠ ତୃତୀୟ ଦିନର ଶୁଣାଣି ପରେ ଯେଉଁ ଅନ୍ତରୀମ ଆଦେଶ ଦେଇଛନ୍ତି ତାହା ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । 6 ଦଫା ଲିଖିତ ନିର୍ଦେଶନାମା ପରବର୍ତ୍ତୀ 22 ତାରିଖ ଶୁଣାଣି ବେଳେ SIR ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ତର୍ଜମା କରିବାକୁ ବାଧ୍ୟ । କାରଣ ସମସ୍ତ ଆବେଦନକାରୀଙ୍କ ମୂଳ ଆବେଦନ ଥିଲା ନିର୍ବାଚନ କମିଶନ ଙ୍କ ସାମ୍ବିଧାନନିକ କ୍ଷମତା ପରିସର ଓ ବିହାର SIR ର ସାମ୍ବିଧାନିକ ବୈଧତା । ଗତକାଲି ଶୁଣାଣି ଶେଷ ବେଳକୁ ସୁପ୍ରିମକୋର୍ଟ  ଆବେଦନକାରୀଙ୍କ ରିଟ ପିଟିସନକୁ Constitutional Rights Vs Constitutional Entitlement ମଧ୍ୟରେ Battle ବୋଲି ଟିପ୍ପଣୀ କରିଥିଲେ ।

ଆଜି ମୂଳ ପ୍ରଶ୍ନ ଉପରକୁ ସୁପ୍ରିମ କୋର୍ଟ ବିଚାର କରି ନାହାନ୍ତି । କେବଳ  ଅନ୍ତରୀମ ନିର୍ଦ୍ଦେଶ ଉପରେ ବିଚାରକୁ କେନ୍ଦ୍ରିତ କରିଥିଲେ । ନିର୍ବାଚନ କମିଶନଙ୍କ ନିକଟରୁ ଦୁଇ ଦିନ ଶୁଣାଣି ଭିତରେ ଯେଉଁ ପ୍ରଶ୍ନ ଉଠିଥିଲା ତାର ଜବାବ ଓ କାଗଜ ମାଗିଥିଲେ । ଆଜିର ଶୁଣାଣିରେ ପ୍ରିଜାଇଡିଂ ଜଷ୍ଟିସ ମିଶ୍ରଙ୍କ ଅପେକ୍ଷା ଜଷ୍ଟିସ ବାଗ୍ଚି Lead କରିଥିଲେ ।ଅବଶ୍ୟ ଜଷ୍ଟିସ ବାଗ୍ଚିଙ୍କ କୌଣସି ପ୍ରଶ୍ନକୁ ଜଷ୍ଟିସ ମିଶ୍ର ହସ୍ତକ୍ଷେପ କରି ନଥିଲେ ।

ଆଜି ଶୁଣାଣିର ମୂଳ ବିନ୍ଦୁଗୁଡିକୁ ନିମ୍ନରେ ସରଳ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରିବି ।
ଆଜି ଅଧିକାଂଶ ସମୟ ବରିଷ୍ଠ ଅଧିବକ୍ତା ସୋଏବ ଆଲାମ, ନିଜାମ ପାଶା,ରଶ୍ମୀ ସିଂ, ଫୌଜିଆ ସକିଲ ଓ ବୃନ୍ଦା ଗ୍ରୋଭର ତର୍କ କରିଥିଲେ ।
ପ୍ରଶାନ୍ତ ଭୂଷଣ ଓ ଅଭିଷେକ ସିଙ୍ଘଭି,  କେବଳ ମଝିରେ ମଝିରେ ନିର୍ବାଚନ କମିଶନଙ୍କ ତର୍କ ଉପରେ ଟିପ୍ପଣୀ କରିଥିଲେ । କାରଣ ଗତକାଲି ସେମାନେ ଅଧିକାଂଶ ସମୟ ଓ ସମସ୍ତ ସାମ୍ବିଧାନିକ ପ୍ରଶ୍ନ ଉପରେ ତର୍କ ସାରି ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତକାଲି ପୀଠ ଉଭୟ ପକ୍ଷଙ୍କ ନିକଟରେ  RP Act, 1950ର 21(3) କୁ ଉଲ୍ଲେଖ କରି ପ୍ରଶ୍ନ ରଖିଥିଲେ ଭାରତର ନିର୍ବାଚନ କମିଶନ ” ଉଚିତ ଭାବୁଥିବା ପ୍ରକ୍ରିୟାରେ ( In the manner it deemed fit )”  ବିହାର ଭଳି SIR କରିବା “ଅବଶିଷ୍ଟ କ୍ଷମତା ” ( Residual power )ରହିଛି କି ନାହିଁ ?”  ଏକଥା ମଧ୍ୟ ପ୍ରଶ୍ନ କରିଥିଲେ, Electoral Registration Officer 1960 ଆଇନ ଅନୁଯାୟୀ ଡ୍ରାଫ୍ଟ ଭୋଟର ତାଲିକାକୁ Website ରେ ପ୍ରକାଶ ହେଇଛି କି ନାହିଁ ?
ନିର୍ବାଚନ କମିଶନଙ୍କ ଅଧିବକ୍ତା ରାକେଶ ଦ୍ବିବେଦୀ ନିଜର ପକ୍ଷ ରଖି କହିଥିଲେ, ଡ୍ରାଫ୍ଟ ତାଲିକାରୁ ବାଦ ପଡିଥିବା ବୁଥ ସ୍ତରୀୟ ଭୋଟର ତାଲିକା ରାଜନୈତିକ ଦଳମାନଙ୍କ ବୁଥ ଏଜେଣ୍ଟଙ୍କୁ ବଣ୍ଟା ହେଇ ଯାଇଛି ।
ଏଥିରେ ହସ୍ତକ୍ଷେପ କରି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ, କାହିଁକି ଭୋଟରମାନଙ୍କୁ ସେମାନଙ୍କ ସ୍ଥିତି ଜାଣିବା ପାଇଁ ରାଜନୈତିକ ଦଳମାନଙ୍କ ପାଖକୁ ଯିବା ପାଇଁ ବାଧ୍ୟ କରୁଛ ?
” ତମର ଏପରି କୌଣସି ବ୍ୟବସ୍ଥା ନାହିଁ କି ସେମାନଙ୍କୁ ରାଜନୈତିକ ଦଳମାନଙ୍କ ପଛରେ ଦୌଡ଼ିବାବୁ ପଡ଼ିବ ନାହିଁ ? କାହିଁକି ଏଥିପାଇଁ Internet ବ୍ୟବସ୍ଥା କରିନାହଁ ?”
ଅଧିବକ୍ତା ଦ୍ବିବେଦୀ କହିଥିଲେ, ଭୋଟରମାନେ ସେମାନଙ୍କ EPIC ନମ୍ବର ବ୍ୟବହାର କରି ନିଜର ସ୍ଥିତି ଜାଣି ପାରିବେ ।
ପୀଠ ନିର୍ଦ୍ଦେଶ ଦେଲେ ବାଦ ପଡିଥିବା ବ୍ୟକ୍ତି ତାଲିକାକୁ Site ରେ Load କର ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଧିବକ୍ତା ଖସି ଯିବାକୁ ଚେଷ୍ଟା କରିଥିଲେ ।
ଜଷ୍ଟିସ ବାଗ୍ଚି  ପ୍ରଶ୍ନ କରିଥିଲେ, “କାହିଁକି ସମସ୍ତ ମୃତ / ସ୍ଥାୟୀ ପ୍ରବାସ/ ନକଲି ଭୋଟରଙ୍କ ନାଁ Website ଉଲ୍ଲେଖ କରୁନାହଁ ? “
ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ, ” if you bring in public domain ,the narrative against ECI disappears .”

ଜଷ୍ଟିସ ବାଗ୍ଚି ଅଧିବକ୍ତାଙ୍କୁ କହିଥିଲେ, ଆମେ ନିର୍ବାଚନ କମିଶନଙ୍କ କିଛି କରିବା ଉପରେ ଅଧିକ
ଆଲୋଚନାତ୍ମକ ଟିପ୍ପଣୀ କରିବାକୁ ଇଛୁକ ନୁହଁ । .. ସ୍ୱଚ୍ଛତା ଭୋଟରଙ୍କ ଭିତରେ ନିର୍ବାଚନ କମିଶନଙ୍କ ପ୍ରତି ବିଶ୍ଵାସଭାଜନ ହେଇ ପାରିବେ  । ତମେ କାହିଁକି Website ରେ ରଖିବା ପାଇଁ ଅତିରିକ୍ତ ପଦକ୍ଷେପ ନେଉ ନାହିଁ, ସ୍ପଷ୍ଟ ଭାବରେ ବାଦ ପଡିଥିବା ଭୋଟରଙ୍କ ସମ୍ପର୍କରେ କାରଣ ଦର୍ଶାଉ ନାହଁ, ଯାହା ଦ୍ୱାରା ସେମାନେ Remedial measure ଗ୍ରହଣ କରି ପାରିବେ ?”

ଜଷ୍ଟିସ ସୂର୍ଯ୍ୟକାନ୍ତ କହିଲେ, ସାଧାରଣ ଲୋକ ବୁଝି ପାରୁଥିବା ସର୍ବସାଧାରଣ ନୋଟିସ ପ୍ରକାଶ କର,  ବାଦ ପଡିଥିବା ଭୋଟର ନିର୍ଦ୍ଦିଷ୍ଟ Website ଖୋଜି ନିଜର ସ୍ଥିତି ଜାଣି ପାରିବ । ” ଯଦି ପୁନମ ଦେବୀ ବାଦ ପଡିଛନ୍ତି, ପୁନମ ଦେବୀ ଜାଣିବା ଦରକାର ସେ ବାଦ ପଡିଛନ୍ତି ଓ କାହିଁକି ବାଦ ପଡିଛନ୍ତି ।

ପୀଠ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ ତାଙ୍କର 11ଟି ପ୍ରମାଣ ପତ୍ର ସହିତ ଆଧାର କାର୍ଡକୁ ଯୋଡିବା ପାଇଁ । ଏବଂ ଏହାକୁ ବ୍ୟାପକ ପ୍ରଚାର ମାଧ୍ୟମରେ ଜଣେଇ ଦିଆ ଯାଉ ଆଧାର କାର୍ଡ ମଧ୍ୟ ପ୍ରମାଣ ଭାବରେ ଗ୍ରହଣ କରାଯିବ ।
ଜଷ୍ଟିସ ବାଗ୍ଚି କହିଥିଲେ, ନିର୍ବାଚନ କମିଶନଙ୍କ 11 ଟି ପ୍ରମାଣ ପତ୍ର Citizen friendly ଭାବରେ ଜଣା ପଡୁଛି । କିନ୍ତୁ ଆଧାର ଓ ଭୋଟର ପରିଚୟ ପତ୍ର ମଧ୍ୟ ସହଜରେ ଉପଲବ୍ଧ, ତେଣୁ ଯେଉଁମାନେ ଦଲିଲ ଉପସ୍ଥାପନ କରି ନାହାନ୍ତି ସେମାନେ ଆଧାର ଓ ଭୋଟର ପରିଚୟ ପତ୍ର ମଧ୍ୟ ଦାଖଲ କରି ପାରିବେ ।
ବରିଷ୍ଠ ଅଧିବକ୍ତା ବୃନ୍ଦା ଗ୍ରୋଭର ଓ ଗୋପାଳ ଶଙ୍କର ନାରାୟଣଙ୍କ ଆବେଦନକୁ ସମର୍ଥନ ଜଣାଇ ଜଷ୍ଟିସ ସୂର୍ଯ୍ୟକାନ୍ତ ନିର୍ଦ୍ଦେଶ ଦେଇଥିଲେ ଡ୍ରାଫ୍ଟ ତାଲିକା ସହଜରେ ପଠନ ଯୋଗ୍ୟ କର ।
ଅଧିବକ୍ତା ଦ୍ବିବେଦୀ 2018  କମଲନାଥଙ୍କ ନିର୍ବାଚନ ମୋକଦ୍ଦମା ରେ ସୁପ୍ରିମ କୋର୍ଟ ରାୟକୁ ଉଲ୍ଲେଖ କରି କହିଥିଲେ, ଭୋଟର ତାଲିକା Searchable format ରେ ପ୍ରକାଶ କରିବା ଦରକାର ନାହିଁ । ଜଷ୍ଟିସ ନିର୍ବାଚନ କମିଶନ ଅଧିବକ୍ତା ଙ୍କ ଯୁକ୍ତି କୁ ଗ୍ରହଣ କରି ନଥିଲେ ଓ ଦଲିଲ Searchable ହେବରେ କୌଣସି ଅସୁବିଧା ନାହିଁ ।

ସବୁ ପକ୍ଷ ଶୁଣିବା ପରେ ପୀଠ ନିମ୍ନ ଲିଖିତ ନିର୍ଦ୍ଦେଶନାମା ଦେଇଥିଲେ –

1- 2025 ଜାନୁଆରୀ ଭୋଟର ତାଲିକାରେ ସୂଚୀତ ଥିବା ଓ SIR ର ଡ୍ରାଫ୍ଟ ତାଲିକାରୁ ବାଦ ପଡି ଥିବା 65 ଲକ୍ଷ ଭୋଟରଙ୍କ ତାଲିକା ପ୍ରତ୍ୟେକ District Electoral Officers Websites ରେ ପ୍ରକାଶିତ ହେବ ; ଏହି ସୂଚନା Booth-wise ହେବ ଓ ଭୋଟରମାନଙ୍କ  EPIC ନମ୍ବର ଦ୍ଵାରା ଜାଣିହେବ । ଏଥିରେ ଡ୍ରାଫ୍ଟ ତାଲିକାରେ କାହିଁକି ରଖା ଯାଇନାହିଁ ତାର ସମସ୍ତ ତଥ୍ୟ ଉଲ୍ଲେଖ ହେବ ।

2-ଜନସାଧାରଣ 65 ଲକ୍ଷ ଭୋଟରଙ୍କ ସମ୍ପର୍କରେ District Electoral Officers  Websites ରୁ ବିସ୍ତୃତ ଭାବରେ ଅବଗତ ହେବା ପାଇଁ  ବିହାରର ମାତୃଭାଷା ଗୁଡ଼ିକ ଦ୍ୱାରା ପ୍ରକାଶ ପାଉଥିବା ସମସ୍ତ ଖବରକାଗଜରେ ବ୍ୟାପକ ବିଜ୍ଞାପନ ପ୍ରକାଶ ହେବ । ଟେଲିଭିଜନ ଓ ରେଡ଼ିଓ ଚାନେଲ ଗୁଡିକରେ ମଧ୍ୟ ପ୍ରସାରିତ ହେବ । District Electoral Officers ଙ୍କ Social Media Site ରେ ସର୍ବସାଧାରଣ ବିଜ୍ଞପ୍ତି ଭାବରେ ପ୍ରକାଶିତ ହେବ ।

3- ଏହା ସହିତ BLO ମାନେ ନିଜ ନିଜର ବ୍ଳକ ଅଫିସ/ ପଞ୍ଚାୟତ ଅଫିସ ନୋଟିସ ବୋର୍ଡରେ  65 ଲକ୍ଷ ଭୋଟରଙ୍କ Booth-wise ତାଲିକା
ପ୍ରକାଶ କରିବେ , ଯେମିତି ଜନସାଧାରଣ ସହଜରେ ଭୋଟର ତାଲିକାରୁ ବାଦ ପଡିବା କାରଣ ଗୁଡ଼ିକ ଜାଣି ପାରିବେ ।

4- ସର୍ବସାଧାରଣ ବିଜ୍ଞାପନ ଗୁଡିକରେ ବଞ୍ଚିତ ଭୋଟରମାନେ ସେମାନଙ୍କ ଦାବୀ ଆଧାରକାର୍ଡ ଫଟୋ କପି ସହ ଆବେଦନ କରିପାରିବେ ବୋଲି ସୂଚନା ରହିବ ।

5- ରାଜ୍ୟ ନିର୍ବାଚନ ଅଫିସରମାନେ ଡ୍ରାଫ୍ଟ ତାଲିକାରେ ଜିଲ୍ଲା ଅନୁଯାୟୀ ବାଦ ପଡିଥିବା ଭୋଟରଙ୍କ ତାଲିକାର SOFT COPY Chief Electroral Officers Website ରେ ପ୍ରକାଶ କରିବେ ।

6- Website-lists ରେ ପ୍ରକାଶିତ ତଥ୍ୟ ଭୋଟରଙ୍କ EPIC ନମ୍ବର ଦ୍ୱାରା  ସନ୍ଧାନ କରି ହେଉଥିବ ।

ଏହି ଅନ୍ତରୀମ ରାୟର ସମସ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ   48 ଘଣ୍ଟା ସମୟ ଦେଇଛନ୍ତି ।କାଲି ଓ 16 ତାରିଖ ଯେହେତୁ ଛୁଟି , ତେଣୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ସମୟ ପ୍ରଦାନ କରା ଯାଇଛି । 22 ତାରିଖରେ ନିର୍ବାଚନ କମିଶନ ସତ୍ୟପାଠ ସହ ସମସ୍ତ ଦଲିଲ କୋର୍ଟରେ ଉପସ୍ଥାପନ କରିବେ ।
22 ତାରିଖରେ ହିଁ SIR ର ଭବିଷ୍ୟତ ନିର୍ଦ୍ଧାରଣ ହେବ । ଯଦିଓ କିଛି ମହଲରେ ନିର୍ବାଚନ କମିଶନଙ୍କ ପୂର୍ଵ ପ୍ରତିଶୃତି ଭଙ୍ଗ ରେକର୍ଡ ଦେଖି ସନ୍ଦେହ ପ୍ରକାଶ ପାଉଛି, କିନ୍ତୁ 22 ତାରିଖରେ ସେଭଳି କିଛି ହେବା ସମ୍ଭାବନା ଅଳ୍ପ । ଇତିମଧ୍ୟରେ ନିର୍ବାଚନ କମିଶନ ସରକାରଙ୍କ ସହ ପରାମର୍ଶ କରି ମଧ୍ୟମ ପନ୍ଥା ଗ୍ରହଣ କରି ପାରନ୍ତି । 2025 ଜାନୁଆରୀ ଭୋଟର ତାଲିକାକୁ ଭିତ୍ତିକରି ପ୍ରକୃତ ଭୋଟର ଯୋଡ଼ିବେ ଓ ମୃତ / ନକଲି ଭୋଟରଙ୍କୁ କାଟିବା ପାଇଁ ନିର୍ଦ୍ଦେଶ ଦେବେ । ପରବର୍ତ୍ତୀ ସାମ୍ବିଧାନିକ ପ୍ରଶ୍ନ ଅର୍ଥାତ ନିର୍ବାଚନ କମିଶନଙ୍କ ନାଗରିକ ନିରୂପଣ ଓ ପୂର୍ଵ ଭୋଟର ତାଲିକାକୁ ବାଦ ଦେଇ ସମ୍ପୂର୍ଣ୍ଣ ନୂତନ ଭାବରେ ଭୋଟର ତାଲିକା ପ୍ରସ୍ତୁତ ( SIR ) ଅଧିକାର ଉପରେ ଆହୁରି ତର୍ଜମା ପାଇଁ 5 ଜଣିଆ ସାମ୍ବିଧାନିକ ପୀଠ ଗଠନ ପାଇଁ ସୁପାରିଶ କରିବେ । କାରଣ 3 ଜଣିଆ ପୀଠ ଏହା ଉପରେ ରାୟ ଦେଇ ସାରିଛନ୍ତି ।
ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ପରବର୍ତ୍ତୀ ନିର୍ବାଚନ କମିଶନ ହେବା ପୂର୍ବରୁ ତିନି ଜଣିଆ ପୀଠ ରାୟ କୁ ନାକଚ କରିବାକୁ ସାହସ କରିବେ ନାହିଁ, କିମ୍ବା ଜଷ୍ଟିସ ବାଗ୍ଚି ଏକମତ ହେବେ ନାହିଁ ।
ସଂକ୍ଷେପରେ ମୋର ଏତିକି ମତ । 22 ତାରିଖକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ବିରୋଧୀ ଦଳ ଓ ନାଗରିକ ସମାଜ ( NGO ) ଭୋଟ ଚୋରୀ ଆନ୍ଦୋଳନକୁ ଆହୁରି
ଜୋରଦାର କରି ଚାପ ସୃଷ୍ଟି କରିବାକୁ  ପଡିବ ।

Leave a Reply

Your email address will not be published. Required fields are marked *