THAR କିଣି – ସଜେଇ ବନ ବିଭାଗ ହଟହଟା
ଭୁବନେଶ୍ୱର : (ଶୁଭେନ୍ଦୁ ମଲ୍ଲିକ)-ବିଶ୍ଵସ୍ତ ସୂଚନା ଅନୁଯାୟୀ ବନ ବିଭାଗ ଯେଉଁ ଥର୍🚙 ଗାଡ଼ି କିଣା ହେଇଥିଲା l
👉 ଯାହାର AG ଅଡିଟ ହେବ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ I
👉 AG ଅଫିସ ସେଇ ମାମଲା ଯାଞ୍ଚ କରିବା ବେଳେ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଜଳ ଜଳ ଦେଖା ଗଲାଣି❗
ସମସ୍ତେ ଭାବିଥିଲେ ସେଇ ଥର୍ 🚙 ସବୁ CAMPA ଫଣ୍ଡ ରୁ କିଣା ଯାଇଛି ….
👉 ହେଲେ ସେଇ ଗାଡ଼ି ଗୁଡ଼ିକ State Disaster Response Fund (SDRF) ରୁ କିଣା ଯାଇଥିବା (?) କଥା ଶୁଣିଲା ପରେ ମୁଣ୍ଡ ଟିଣ ।
👉 ସାମ୍ବାଦିକ ମାନେ ଟିକେ ଖୋଳ ତାଡ଼ କରନ୍ତୁ ।
👉 AG ଅଫିସ ସୂତ୍ର ଅନୁସାରେ ରାଜ୍ୟ ବନ ବିଭାଗ ନିଜ ବଜେଟ ରୁ ₹300 କୋଟି ଟଙ୍କା ରୁ ଉର୍ଦ୍ଧ ଖର୍ଚ୍ଚ କରି ନପାରି ଫେରେଇ ଥିଲା ।
👉 ଅନୁମତି ନେଇ ସେଇ ₹ 300 କୋଟିରୁ ଯେତେ ଗାଡ଼ି କିଣିଥିଲେ କେହି କିଛି କହିବାର ନଥିଲା ।
👉 ହେଲେ SDRF ପାଣ୍ଠି ରୁ ଥର୍ ଗାଡ଼ି କିଣିବା AG ଙ୍କ ଆଖିରେ ଅଟକି ଯାଇଛି କଣ୍ଟା ହେଇ ।
👉 SDRF ପାଣ୍ଠି ରୁ ବିପର୍ଯ୍ୟୟ ପ୍ରଶମନ ପାଇଁ immediate relief ପାଇଁ ଖର୍ଚ୍ଚ କରାଯାଏ । ରାଜ୍ୟ ମନ ଇଛା ଖର୍ଚ୍ଚ କରି ପାରିବ ନାହିଁ ।
👉 ଯଦି ରାଜ୍ୟ ଅନ୍ୟ କୌଣସି କାମ ପାଇଁ ଖର୍ଚ୍ଚ କରିବ, ସେଥି ପାଇଁ କେନ୍ଦ୍ରରେ Misnistry ରୁ ଅନୁମତି ଆବଶ୍ୟକ ।
👉 ଅର୍ଥାତ୍, ପୁରୀ DFO ଙ୍କ ଭଳିଆ ଯେଉଁ ମାନେ ଥର୍ ଗାଡ଼ି କିଣାକୁ କାହା କଥାରେ ପଡ଼ି ଯଥାର୍ଥ ବୋଲି ରିପୋର୍ଟ ଦେଇଥିଲେ ସେମାନେ ମଧ୍ୟ ଫସିବେ ।
ଏଠି ଦୁଇଟା ଦୁର୍ନୀତି ହେଇଛି ।
1️⃣ ଗୋଟିଏ ଅଦରକାରୀ ଗାଡ଼ି କିଣି ତାକୁ ଅଯଥା modification ନାଆଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଛି ।
2️⃣ ନିଜ ବଜେଟରୁ ଖର୍ଚ୍ଚ ନକରି SDRF ପାଣ୍ଠିରୁ ବେଆଇନ୍ ଖର୍ଚ୍ଚ ହେଇଛି ।
ଏଇ କାମ ଛୋଟିଆ ମୋଟିଆ ଅଫିସର୍ ଙ୍କ କାମ ନୁହେଁ । ଫାଇନାନ୍ସ ବିଭାଗର ଅନୁମତି ନଥାଇ ….
👉 ଏତେ ଟଙ୍କା ଖର୍ଚ୍ଚ କରିବା ପାଇଁ ବନ ବାବୁ ମାନେ କେମିତି ସାହସ କରିଲେ❓
👉 SDRF ପାଣ୍ଠି ରୁ ଖର୍ଚ୍ଚ କରିବା ପାଇଁ କିଏ ଅନୁମତି ଦେଲା❓
👉 SDRF ବୋଧେ OSDMA ଅଧୀନରେ ଆସେ❗
ସତରେ ଯଦି AG ଅଫିସ କଡା କଡ଼ି ଭାବରେ ତଦନ୍ତ କରିବ ….
ଅନେକ ଧଳା ହାତୀ ଧରା ପଡ଼ିବା ଭୟ ଦେଖା ଦେଲାଣି❗
ଦେଖାଯାଉ, କୋଉ ପାଣି କୁଆଡେ ଯାଉଛି ❓
