କେନ୍ଦ୍ରୀୟ ବଜେଟ୍ ମହିଳା ମାନଙ୍କ ପାଇଁଁ ସମ୍ପୂର୍ଣ୍ଣ- ନିରାଶାଜନକ

ଭୁବନେଶ୍ୱର – ସମାଜର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚିତ ହେଉଥିବା ମହିଳାମାନଙ୍କ ପାଇଁ ଏହି ବଜେଟ୍ ଅତ୍ୟନ୍ତ ନିରାଶାଜନକ। ପୂର୍ବ ବଜେଟ୍ ଗୁଡ଼ିକ ପରି ଏହି ବଜେଟରେ ମଧ୍ୟ ମହିଳାମାନଙ୍କର ପ୍ରକୃତ ଆବଶ୍ୟକତା ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି। ବଜେଟ୍ ବ୍ୟବସ୍ଥାରେ ସାମାଜିକ ନ୍ୟାୟ, ଲିଙ୍ଗଗତ ସମାନତା ଏବଂ ସମାଜର ନିଷ୍ପେସିତ ବର୍ଗର ପ୍ରକୃତ ସମସ୍ୟାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି।  ସମାଜର ସମସ୍ତ ବର୍ଗର ମହିଳା ମାନଙ୍କର
କଲ୍ୟାଣ, ସାମାଜିକ ନିରାପତ୍ତା, ଆର୍ଥିକ ସୁରକ୍ଷା  ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଏହି ବଜେଟ୍ ସମ୍ପୂର୍ଣ୍ଣ ବିଫଳ ହୋଇଛି। ମୁଦ୍ରାସ୍ଫୀତି ଏବଂ ଦରଦାମ ବୃଦ୍ଧିକୁ ତୁଳନା କଲେ ସାମାଜିକ କ୍ଷେତ୍ରର ବ୍ୟୟ ବରାଦରେ ପ୍ରକୃତପକ୍ଷେ ହ୍ରାସ ଘଟିଛି। ତଥାକଥିତ ‘ମହିଳା-ନେତୃତ୍ୱାଧୀନ ବିକାଶ’ ଯୋଜନା ଯଥା: ‘ଲକ୍ଷପତି ଦିଦି’ ଏବଂ  ‘ସି ମାର୍ଟସ’ କେବଳ ଉପରଠାଉରିଆ। ଆଶା, ଅଙ୍ଗନୱାଡି ଏବଂ ମଧ୍ୟାହ୍ନ ଭୋଜନ ପାଚିକା ଙ୍କ ଭଳି ଲକ୍ଷ ଲକ୍ଷ ସ୍କିମ୍ ୱାର୍କରଙ୍କର କୌଣସ ପ୍ରକାର ଦରମା ବୃଦ୍ଧି ନକରି ସେମାନଙ୍କୁ ଭାଗ୍ୟ ଭରସାରେ ଛାଡ଼ି ଦିଆଯାଇଛି। ତେଣୁ, ଏହି କେନ୍ଦ୍ରୀୟ ବଜେଟକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ପାଇଁ  ଏଆଇଏମ୍ଏସ୍ଏସ୍   ସମସ୍ତ ବର୍ଗର ମହିଳାମାନଙ୍କୁ ଆହ୍ୱାନ କରୁଛି।

Leave a Reply

Your email address will not be published. Required fields are marked *