Epstein File ହରଦୀପ ପୁରୀଙ୍କ Birthday & ପ୍ରଧାନମନ୍ତ୍ରୀ Narendra ମୋଦିଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ :(ବିଜୟ ସାହୁ )-ଯେତେବେଳେ ପ୍ରଧାନମନ୍ତ୍ରୀ EpiStinePuRee ଙ୍କୁ Happy Birthday କଲେ ସେତେବେଳେ ଭାବିଲି ପ୍ରଧାନମନ୍ତ୍ରୀ ଯେତେବେଳେ ବିରୋଧୀ ପକ୍ଷଙ୍କୁ ତାଙ୍କର ଦୁଇଟି ସୁନିର୍ବାଚିତ ଶବ୍ଦରେ ଉତ୍ତର ସ୍ପଷ୍ଟ କରିଦେଲେ ଯେ ମନ୍ତ୍ରୀ EpiStinePuree ରାଷ୍ଟ୍ର ହିତରେ ହିଁ ମାତ୍ର 4 ଥର ଜେଫ୍ରି ସହ ସାକ୍ଷାତ କରିଛନ୍ତି ସେତେବେଳେ ମୁଁ ମଧ୍ୟ ଜେଫ୍ରି ଓ ତାଙ୍କ ବନ୍ଧୁ ବାନ୍ଧବୀମାନଙ୍କ Positive ଦିଗଗୁଡିକ ସମ୍ପର୍କରେ ଜାଣିବା ପାଇଁ ଉଦ୍ବେଳିତ ହେଇ ଉଠିଲି । ଅତଏବ କିଛି ମତ ନ ରଖିଲେ ମୋର Oxidative Stress ହ୍ରାସ ହେବ ନାହିଁ ।
ପଦ୍ମ ଯେଭଳି ପଙ୍କରୁ ସୃଷ୍ଟି ହେଇଥାଏ ସେମିତି ଜେଫ୍ରି ଏପିସ୍ତିନ ଚରିତ୍ର ମଧ୍ୟ ପଙ୍କ ଭିତରେ ବର୍ଷ ବର୍ଷ ପଶି ନିଜେ ପଦ୍ମ ହେଇଛି ଓ ସେଇ ପଦ୍ମର ସୁଗନ୍ଧ ଆଘ୍ରାଣ କରି ବିଶ୍ୱବ୍ୟାପି ଅନେକ ମହାନ ବ୍ୟକ୍ତି ଆମକୁ ସୁଗନ୍ଧ ବିତରଣ କରୁଛନ୍ତି ।
ପ୍ରଥମେ ଆଶ୍ଚର୍ଯ୍ୟ ଲାଗିବା କଥା ନ୍ୟୁୟର୍କ ଗୋଟିଏ ପାର୍କର ମାମୁଲି ଜଣେ ମାଳିର ପୁଅଟି କେମିତି ମଲା ବେଳକୁ ହଜାର ହଜାର କୋଟି ଟଙ୍କାର ମାଲିକ ହେଇ ପାରିଲେ ।
ସେମିତି କିଛି ଉଚ୍ଚ ଶିକ୍ଷା ନଥିଲା । କେବଳ ମେଟ୍ରିକ ପାସ । ଅବଶ୍ୟ ଗଣିତରେ ମେଧବୀ ଥିଲେ ବୋଲି ତାଙ୍କର ଚରିତ୍ର ପଞ୍ଜିକା କହୁଛି ।
ଡିଗ୍ରୀ ଶିକ୍ଷା ପାଇଁ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇ ଥିଲେ, କିନ୍ତୁ ଅଧାରୁ ପାଠ ଛାଡିଦେଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାଙ୍କର ବାପା ମା ବ୍ରୁକଲିନରେ ଇହୁଦୀ ଶ୍ରମଜୀବୀ
ପରିବାର । ଏହି ଅଞ୍ଚଳରେ ଇହୁଦୀ ଧନୀକ ବଣିକ, ବ୍ୟାଙ୍କ ମାଲିକ, ରିଏଲ ଏଷ୍ଟେଟ ମାଲିକମାନଙ୍କ ପ୍ରଭାବ ଥିଲା । ସେଇ ସୂତ୍ରରେ ସାନ ଭାଇ ମାର୍କ ଏପିସ୍ତିନ ପ୍ରପର୍ଟି ବ୍ୟବସାୟରେ ଓ ଜେଫ୍ରି ଏପିସ୍ତିନ ଡାଲଟନ ସ୍କୁଲରେ ଗଣିତ ଓ ପଦାର୍ଥ ବିଜ୍ଞାନରେ ଶିକ୍ଷକତା ଆରମ୍ଭ କଲେ ।
କିଛି ଆଶ୍ଚର୍ଯ୍ୟର କଥା ଗଣିତ/ ପଦାର୍ଥ ବିଜ୍ଞାନ ମାଷ୍ଟ୍ରେ ସାଧାରଣତଃ
ଟିକିଏ ନିରସ ( Prosaic) ହେଇଥାନ୍ତି, ସାହିତ୍ୟ/କଳା ମାଷ୍ଟ୍ରେଙ୍କ ଭଳି କୃଷ୍ଣ କଳା ସେମାନଙ୍କ ନଥାଏ ।
ଜେଫ୍ରି କିନ୍ତୁ ଏକ ବିରଳ ବ୍ୟତିକ୍ରମ ଥିଲେ । ସ୍କୁଲରେ ପଢ଼ୁଥିବା ନାବାଳିକା କନ୍ୟାମାନଙ୍କୁ ଆକର୍ଷିତ କରି ପାରୁଥିଲେ ।
ସ୍ୱଳ୍ପ ସମୟ ମଧ୍ୟରେ ନିଜର ଗଣିତ ମେଧା ବଳରେ ଆମେରିକାର ପ୍ରସିଦ୍ଧ BEAR STEARNS ବିନିଯୋଗ ବ୍ୟାଙ୍କିଙ୍ଗ କମ୍ପାନୀ ସହାୟତାରେ ଏଥିରେ ଚାକିରୀ କଲେ ଓ କ୍ରମେ ଏହାର ଅଂଶୀଦାର ହେଇଗଲେ ।
ତାପରେ ନିଜର J Epitein & Co ଏବଂ Financial Trust Company ଗଠନ କଲେ ।
ତାଙ୍କର ଚମତ୍କାର ବୁଦ୍ଧି ଯୋଗୁଁ Les Wexner ଭଳି ଅରବପତି ଗ୍ରାହକ ମାନଙ୍କ Asset ପରିଚାଳନା ଦାୟିତ୍ବରେ ରହିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ Les Wexner କମ୍ପାନୀର 2025 ର ନିଟ ସମ୍ପତ୍ତି $10 ବିଲିୟନ ।
ଜେଫ୍ରି ପ୍ରଚୁର ସମ୍ପତ୍ତି ଅର୍ଜ୍ଜନ କରି
ନ୍ୟୁୟର୍କ ପ୍ରାସାଦ, ପାଲ୍ମ ବିଚ ଇଷ୍ଟେଟ, ନ୍ୟୁ ମେକ୍ସିକୋ ଫାର୍ମ, ଲିଟଲ ସେଣ୍ଟ ଭର୍ଜିନ ଦ୍ୱୀପ ଭଳି ଆମେରିକା ଭର୍ଜିନ ଦ୍ବୀପରେ ଅନେକ ପ୍ରାଇଭେଟ ଦ୍ବୀପର ମାଲିକ ହେଇଗଲେ ।ଏହା ସାଙ୍ଗକୁ ଲୋଳିତା ନାମକ ଗୋଟିଏ ପ୍ରାଇଭେଟ ଜେଟ ବିମାନ ମଧ୍ୟ ଖର୍ଦ୍ଦି କରିଥିଲେ । ତାଙ୍କର ମୃତ୍ୟୁ ପରେ ଏହା 2020 ରେ ପ୍ରାୟ $ 17 ମିଲିୟନରେ ବିକ୍ରି ହେଇଥିଲା ।
ଏତେ ସମ୍ପତ୍ତି ଅର୍ଜନ କ୍ଷେତ୍ରରେ ତାଙ୍କର ମୁଖ୍ୟ କାର୍ଯ୍ୟ ଥିଲା ଆର୍ଥିକ ନେଣଦେଣ କାରବାରରେ ଦଲାଲି ।
ଏହି ଦଲାଲି କ୍ଷେତ୍ରରେ ପକ୍ଷମାନଙ୍କ ଆର୍ଥିକ ବିବାଦକୁ ସମାଧାନ କରିବା କ୍ଷେତ୍ରରେ ଯୌନ ପ୍ରଲୋଭନ ଥିଲା ମୁଖ୍ୟ ଆୟୁଧ ।
କିନ୍ତୁ ସବୁକଥା ପ୍ରଥମ ଅବସ୍ଥାରେ ଜେଫ୍ରି ଓ ଲାଭାର୍ଥୀଙ୍କ ମଧ୍ୟରେ ସୀମିତ ଥିଲା । ବାହାରେ ପ୍ରକାଶ ହେଉ ନଥିଲା । କାରଣ ଏହି ଗୁପ୍ତ ଦୁନିଆ ଗ୍ରାହକ ବିଶ୍ୱର ବଡ଼ ବଡ଼ କର୍ପୋରେଟ ମାଲିକ, ସିଇଓ, ଚଳଚ୍ଚିତ୍ର ନାୟକ, ନାୟିକା, ବ୍ୟାଙ୍କ ମାଲିକ, ରିଏଲ ଇଷ୍ଟେଟ ମାଲିକ , ଫେସନ ଦୁନିଆ ଅରବ ପତିଙ୍କ ସମେତ ଆମେରିକା ରାଷ୍ଟ୍ରପତି , ରାଜନେତା, ଇସ୍ରାଇଲ ପ୍ରଧାନମନ୍ତ୍ରୀ, ବ୍ରିଟିଶ ସରକାରଙ୍କ ଅଫିସର, ବିଭିନ୍ନ ରାଜପରିବାର ବ୍ୟକ୍ତି, ପେଟ୍ରୋ ଡଲାର ମାଲିକ ଇତ୍ୟାଦି ଇତ୍ୟାଦି ।
କିନ୍ତୁ ସବୁବେଳେ ପରିସ୍ଥିତି ଅନୁକୂଳ ନଥାଏ । ପ୍ରଥମେ ଧରା ପଡିଲେ ଫ୍ଲୋରିଡାରେ ଜଣେ ନାବାଳିକାର ମା ଯେତେବେଳେ ପୋଲିସରେ ଅଭିଯୋଗ କଲେ ତାଙ୍କର ନାବାଳିକା କନ୍ୟାର ଯୌନ ଶୋଷଣ କଥା ।
2008 ମସିହାରେ ନାବାଳିକାକୁ ଆଣି ଯୌନ କାରବାର କରୁଥିବା ଅଭିଯୋଗରେ । କିନ୍ତୁ ସେତେବେଳେ ଆମେରିକା White House ରୁ ଗୋଟିଏ ଫୋନ ଗଲା ମୋକଦ୍ଦମା ଟି ରାଷ୍ଟ୍ର ହିତରେ ହାଲୁକା କରିବା ପାଇଁ । ତାଙ୍କର ପରିଚୟ ପ୍ରଦାନ କରାଗଲା ସେ ତିନୋଟି ଗୁରୁତ୍ୱ ପୂର୍ଣ ଗୁପ୍ତଚର କାର୍ଯ୍ୟ କରୁଛନ୍ତି । ଇସ୍ରାଇଲ, ଆମେରିକା ଓ ମଧ୍ୟପ୍ରାଚ୍ୟରେ । ଏଥିରେ ଇସ୍ରାଇଲ ଓ ଆମେରିକାର ନିରାପତ୍ତା ପ୍ରଶ୍ନ ଜଡ଼ିତ । ତେଣୁ ତାଙ୍କର ଦଣ୍ଡ କେବଳ 13 ମାସ ହେଲା ଓ ସେ ଜେଲରୁ ମୁକୁଳି ଗଲେ ।
କିନ୍ତୁ ଏହି 13 ମାସ ମଧ୍ୟ ସେ ଜେଲରେ ରହୁ ନଥିଲେ । ଆମ ଦେଶର କିଛି ସରକାରୀ ବାବା ପାରୋଲରେ ଆସିଲା ଭଳି ସେ ମଧ୍ୟ Service Leave ରେ ଆସି ନିଜର ଦଲାଲି କାର୍ଯ୍ୟ ଅବ୍ୟାହତ ରଖିଥିଲେ ।
କିନ୍ତୁ ଫ୍ଲୋରିଡା ମୋକଦ୍ଦମାରେ କେବଳ ନାବାଳିକା ମା ଅଭିଯୋଗ କରି ନଥିଲେ, ଆସ୍ତେ ଆସ୍ତେ ପ୍ରାୟ 30 ଜଣ ନାବାଳିକା ଓ ସେମାନଙ୍କ ଅଭିଭାବକ ଅଭିଯୋଗ ଆଣିଲେ ଓ 2019 ରେ ସେ ପୁଣି ଗିରଫ ହେଲେ । ଡଜନ ଡଜନ ଅପ୍ରାପ୍ତ ବୟସ୍କା/ ବୟସ୍କଙ୍କ ଫେଡେରାଲ ଯୌନ ବ୍ୟବସାୟ ଅପରାଧ ଏହି ଗିରଫର କାରଣ ଥିଲା ।
କ୍ରମଶଃ ଜଣା ପଡ଼ିଲା ଏହି ଯୌନ କାରବାର Ghislaine Maxwell ପ୍ରମୁଖ ପୃଷ୍ଠପୋଷକତା ନେଟୱାର୍କ ଦ୍ଵାରା ହେଉଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ରୂପସୀ ମହିଳା ନାବାଳିକାଙ୍କୁ ବିଭିନ୍ନ ଭାବରେ ପ୍ରଲୋଭିତ କରି ଜେଫ୍ରି ଏପିସ୍ତିନଙ୍କୁ ଯୋଗାଉଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଉଲ୍ଲେଖ କରିଥିବା Les Wexner କମ୍ପାନୀ , ଏପିସ୍ତିନଙ୍କ ରୂପସୀ ମହିଳା ବାନ୍ଧବୀ Ghislaine Maxwell ଓ ଜେଫ୍ରି ଏପିସ୍ତିନ ହେଉଛନ୍ତି ଯୌନ କାରବାରର ଗୋଟିଏ ଗୋଟିଏ ବିନ୍ଦୁ ।
Les Wexner ଭିକ୍ଟୋରିଆ ପାରେଣ୍ଟ ବ୍ରାଣ୍ଡ କମ୍ପାନୀ L Brandsର ପ୍ରତିଷ୍ଠାତା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ମୁଖ୍ୟ କାର୍ଯ୍ୟ ନର୍ବାହୀ ମାଲିକ । ଏପିସ୍ତିନ ତାଙ୍କର ଆର୍ଥିକ ଉପଦେଷ୍ଟା ଓ ଆର୍ଥିକ ପରିଚାଳକ ଥିଲେ । ସେ 1980 ଠାରୁ ଘନିଷ୍ଠ ସମ୍ପର୍କରେ ଥିଲେ । ଏହି ସୂତ୍ରରେ ସେ Les Wexner ଙ୍କ ଆର୍ଥିକ କାରବାର, ସେବାମୂଳକ କାର୍ଯ୍ୟ ଓ ଟିକସ ରିଟର୍ଣ୍ଣ କୁ ମଧ୍ୟ ନିୟନ୍ତ୍ରଣ କରୁଥିଲେ ।
ସେଇ ସୂତ୍ରରେ ଜେଫ୍ରି ଏପିସ୍ତିନଙ୍କ ବାନ୍ଧବୀ Ghislaine Maxwell L Brand ପ୍ରତିଷ୍ଠାତା Les Wexnerଙ୍କ ସମ୍ପର୍କରେ ଆସିଲେ ।
ଉଭୟ ମିଶି L Brand ର Glamour Product ଗୁଡିକୁ ପ୍ରସାରିତ କରିବା ପାଇଁ ରୂପସୀ ମଡେଲମାନଙ୍କୁ ଯୋଗେଇଲେ ।
ଏହି ମଡେଲମାନଙ୍କୁ ପରବର୍ତ୍ତୀ ସମୟରେ ଯୌନ କାରବାରରେ ବ୍ୟବହାର କରାଗଲେ । ମଡେଲଙ୍କ
ସମସ୍ତ ଚିତ୍ର ଉତ୍ତୋଳନ ଜେଫ୍ରି ଏପିସ୍ତିନଙ୍କ ମନୋହର ଦ୍ବୀପ, ସମ୍ଭ୍ରାନ୍ତ ହୋଟେଲ ଇତ୍ୟାଦିରେ ହେଲା । ଏବଂ ଏହାର ଫାଇଲ ମଧ୍ୟ ବଢି ବଢି ଚାଲିଲା । ମାତ୍ର 35 ମିଲିୟନ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ Victoria’s Secret ହେଉଛି ବିଶ୍ୱ ପ୍ରସିଦ୍ଧ ଆମେରିକୀୟ ବ୍ରାଣ୍ଡ । ଏହା ଅନ୍ୟାନ୍ୟ ପ୍ରଡକ୍ଟ ସହ ମହିଳାମାନଙ୍କ ପାଇଁ ପ୍ରସାଧନ ସାମଗ୍ରୀ, ପୋଷାକ, ଅନ୍ତଃ ଵସ୍ତ୍ର , ସୌନ୍ଦର୍ଯ୍ୟ ବସ୍ତୁ ଭଳି ହଜାର ହଜାର ପ୍ରଡକ୍ଟ ଉତ୍ପାଦନ କରିଥାଏ ଓ ବିଶ୍ୱର ପ୍ରାୟ 1300 ବଡ଼ ବଡ଼ ମେଟ୍ରୋ ସହରରେ ଆଭିଜାତ୍ୟ ବର୍ଗ ପାଇଁ Show Room ରହିଛି ।
ଜେଫ୍ରି ଏପିସ୍ତିନ ଓ ତାଙ୍କର ବାନ୍ଧବୀ ଅଭାବୀ ନାବାଳିକାଙ୍କୁ ଟ୍ରେନିଂ, କର୍ମ ଯୋଗାଣ ଇତ୍ୟାଦି ଆଳରେ ରିକ୍ରୁଟ
କରୁଥିଲେ ଓ ସେମାନଙ୍କୁ ଯୌନ କାରବାରରେ ବିନିଯୋଗ କରୁଥିଲେ ।
ଏହା କେବଳ ତାଙ୍କର ସୁରମ୍ୟ ଦ୍ବୀପ ରେ ସୀମିତ ନଥିଲା , ଚାହିଦା ଅନୁଯାୟୀ ଆଭିଜାତ୍ୟ ହୋଟେଲରେ ମଧ୍ୟ ଚାଲିଥିଲା ।
ଏପିସ୍ତିନ କ୍ରମଶଃ ଏହି କାର୍ଯ୍ୟ ମାଧ୍ୟମରେ ନିଜର ଜାଲରେ ମହାନ ବ୍ୟକ୍ତିମାନଙ୍କୁ ଛନ୍ଦି ପାରିଥିଲେ ।
ଏଭଳି ପରିସ୍ଥିତିରେ ଆମ ଦେଶର EpiStinePuRee ଭଳି ଜଣେ ଚାଲାକ ବୈଦେଶିକ ଅଫିସର କେମିତି ଛନ୍ଦି ହେଲେ ଓ ମନ୍ତ୍ରୀ ହେବା ପରେ ମଧ୍ୟ ଆମ ପ୍ରଧାନମନ୍ତ୍ରୀଙ୍କୁ ସେଥିରେ ଛନ୍ଦି ଦେଲେ ତାହା ହିଁ ଆଶ୍ଚର୍ଯ୍ୟ । ପୁଣି ଆଶ୍ଚର୍ଯ୍ୟ ଏଥିରେ କିପରି ଆମ ଦେଶର ଗୌରବଶାଳୀ
କର୍ପୋରେଟଶ୍ରୀ ମାନଙ୍କ ନାମ ମଧ୍ୟ ସେଥିରେ ଛନ୍ଦି ହେଇ ଯାଇଛି ଓ ରାଷ୍ଟ୍ର ଦ୍ରୋହୀ ନିନ୍ଦୁକ ମାନେ କହୁଛନ୍ତି ଏହା କେବଳ ହିମ ଶୈଳର ଅଗ୍ରାଂଶ ଆହୁରି ଅନେକ ନାମ Decode ହେଉଛି ।
କିନ୍ତୁ ଆମେ ଏଥିରେ ବିଶ୍ୱାସ କରିବୁ କିଆଁ । EpiStiePuRee ମାନେ ବହୁତ ଭଲ ଲୋକ । ଏକଥା ପ୍ରମୁଖ କାର୍ଣ୍ଣାଲିଷ୍ଟ ଓ ତାଙ୍କର ବନ୍ଧୁ ପ୍ରଭୂ
ଚାୱାଲାଜୀ କହିଛନ୍ତି ।ପୁଣି ଏକଥା ଡମ୍ବରୁ ବଜେଇ କହି ସାରିଲେଣି ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତ ଆଙ୍କର ଆଙ୍କରଣୀମାନେ ।
ହୁଏତ ସେମାନେ ଜେଫ୍ରି ଉପରେ ପ୍ରଭାବ ପକେଇ ଭଲ ଟ୍ରେଡ଼ଡିଲଟିଏ ଆଣିବାକୁ ଯାଇଥିଲେ ଓ ଆମେ ପାଇଲେ ମଧ୍ୟ ।
ଏକଥା ବି ହେଇପାରେ ରାମକୃଷ୍ଣ ପରମ ହଂସ ଯେମିତି ନରେନ୍ଦ୍ରଙ୍କୁ କଲିକତାର ଦରବାରୀ ନୃତ୍ୟାଙ୍ଗନା ପାଖକୁ ପଠେଇବା ଘଟଣା ଭଳି ।
ଯେଉଁ ନିନ୍ଦୁକମାନେ ଜାଣି ନାହାନ୍ତି ସେମାନେ ଜାଣିବା ପ୍ରୟାସ କରନ୍ତୁ ।
ପରମହଂସଙ୍କ କହିବା କଥା ଥିଲା
Divine Mother Exists in all Women .
ନରେନ୍ଦ୍ରଙ୍କ ଭିତରେ ଥିବା ବୌଦ୍ଧିକ ଅହଙ୍କାରକୁ ଖର୍ବ କରି ପରମହଂସ Divine Mother ଙ୍କୁ ପ୍ରତ୍ୟକ୍ଷ କରିବାରେ ନରେନ୍ଦ୍ରଙ୍କୁ ନୃତ୍ୟାଙ୍ଗନା ଙ୍କ ପାଖକୁ ପଠେଇଥିଲେ ଓ ନରେନ୍ଦ୍ର ସଫଳ ମଧ୍ୟ ହେଇ ସ୍ୱାମୀ ବିବେକାନନ୍ଦ ହେଇଥିଲେ ।
ସେମିତି ହୁଏତ ଜେଫ୍ରିସ୍ତିନ ମଧ୍ୟରେ ଛୁପି ରହିଥିବା Divine Fatherର ଆଶୀର୍ବାଦ ପ୍ରାପ୍ତି ପାଇଁ ଏମାନେ ଯାଇଥିବେ ଓ ସଫଳତା ହାସଲ କରିଥିବେ ।
କେବଳ ଗୋଟିଏ ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମିଳିନାହିଁ କାହିଁକି ସେଇ ଗୁପ୍ତ ଜେଫ୍ରି ଏପିସ୍ତିନ ଦ୍ବୀପରେ ହଜାର ହଜାର ନାବାଳିକା/ ନାବାଳିକାଙ୍କ ଉପରେ ଯୌନ ଅତ୍ୟାଚାର ପରେ ସେମାନଙ୍କୁ H₂SO₄ ଦ୍ୱାରା ଭସ୍ମୀଭୂତ କରା ଯାଉଥିଲା ଓ ଫଟୋ ମଧ୍ୟ ସୁରକ୍ଷିତ ରହୁଥିଲା ।
ତଥାପି ଜେଫ୍ରି ଯେ Divine Father ଥିଲେ ତାର ପ୍ରମାଣ ଦେଇଥିଲେ ଜେଲ ଭିତରେ ନିଜର ମିତ୍ର ମାନଙ୍କ ଦ୍ଵାରା ଯେତେବେଳେ ସେ ନିର୍ବାଣ ପ୍ରାପ୍ତି ହେଇଥିଲେ ।
ଅତଏବ ଏମାନେ ମଧ୍ୟ ସମୟ ଆସିଲେ ପ୍ରମାଣ ଦେବେ
