ଉନ୍ମୋଚିତ ହେଲା ‘ସୁଭଦ୍ରା’ ପୋର୍ଟାଲ
ଭୁବନେଶ୍ବର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା “ସୁଭଦ୍ରା” ପୋର୍ଟାଲକୁ ଉନ୍ମୋଚିତ କରିଛନ୍ତି । ‘ସୁଭଦ୍ରା’ ଯୋଜନା ସମ୍ପର୍କିତ ସମସ୍ତ ସୂଚନା ପୋର୍ଟାଲରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ସୁଭଦ୍ରା ପୋର୍ଟାଲ – https://subhadra.odisha.gov.in । ଏଥିରେ ସମସ୍ତ ସୂଚନା ରହିବ ଏବଂ ସାଧାରଣ ନାଗରିକ ଏଥିରୁ ସଠିକ୍ ତଥ୍ୟ ପାଇପାରିବେ। ମହିଳାମାନେ କୌଣସି ବି ତଥ୍ୟ ଜାଣିବାକୁ ଚାହିଁଲେ ପୋର୍ଟାଲରୁ ଜାଣିପାରିବେ । ସେଥିପାଇଁ ପୋର୍ଟାଲରେ ସଠିକ୍ ଏବଂ ସରଳ ଭାବେ ସୂଚନା ଉପଲବ୍ଧ ହେବ…
