ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ,୩୫ ବିଧାନସଭାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୨୬୫ ପ୍ରାର୍ଥୀ
ଭୁବନେଶ୍ବର ; ଦେଶରେ ପଞ୍ଚମ ପର୍ଯ୍ୟାୟ ଭୋଟ ଜାରି ରହିଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଦେଖିବାକୁ ମିଳିଛି ଭିଡ଼ । ଆଜି ୫ ଲୋକସଭା ଆସନ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡର ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ମତଦାନ । ୫ ଲୋକସଭା କ୍ଷେତ୍ରରେ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନୀ ରଣକ୍ଷେତ୍ରରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩୪…
