ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଶିଳ୍ପୀ ବିନୋଦ ମହାରଣାଙ୍କୁ ଓଡିଶା ଲଳିତ କଳା ଏକାଡେମୀ ଦ୍ଵାରା ସମ୍ବର୍ଦ୍ଧିତ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ଲଳିତ କଳା ଏକାଡେ଼ମୀ ଦ୍ଵାରା ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ଏକାଡେମୀ କାର୍ଯ୍ୟାଳୟରେ ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ମହାରଣା ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ନୂତନ ଶୈଳୀ ସୃଷ୍ଟି କରିବା ସହିତ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । କଳା କ୍ଷେତ୍ରରେ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନିତ…
