ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ୧୧ ମୃତ

କୋଲ୍କାତା: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଘରଦ୍ବାରା ନଷ୍ଟ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ‘ତୃଣମୂଳ କଂଗ୍ରେସ’ର ୫ଜଣ , ‘ବିଜେପି’, ‘ସିପିଆଇ(ଏମ୍)’ଓ ‘କଂଗ୍ରେସ’ର ଜଣେ ଲେଖାଏଁ କର୍ମୀ ଓ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ରହିଛନ୍ତି ।ଏହାଛଡ଼ା, ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଭୀଷଣ ସଂଘର୍ଷ ଘଟି ବିଭିନ୍ନ ରାଜନୈତିକ ଦଳର ଅନେକ କର୍ମୀ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ବାଲଟ୍ ବକ୍ସ୍ ନଷ୍ଟ କରିଦିଆଯାଇଛି।
ହୁଗୁଳିର ତାରେକେଶ୍ବରରେ ‘ତୃଣମୂଳ କଂଗ୍ରେସ’ ଗୁଣ୍ଡାମାନେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ଝିଅ ମୁଣ୍ଡରେ ଗୁଳି ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ କୋଲ୍କାତା ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଆଜିର ଏହି ରକ୍ତପାତ ପାଇଁ ‘ବିଜେପି’ ଓ ‘ଟିଏମ୍ସି’ ପରସ୍ପରକୁ ଦାୟୀ କରୁଛନ୍ତି।