ଶାହା-ଧର୍ମେନ୍ଦ୍ରଙ୍କ ପସନ୍ଦକୁ ଆସୁନି କମିଟି, ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି କମିଟି ନେଇ ଆସିବ ସ୍ପଷ୍ଟତା

ଭୁବନେଶ୍ୱର – ‘ଆରେ ମୋଦିଜୀ ଫ୍ରାନ୍ସ ପେ, ସର ପେ ରିସଫଲ କା ମାମଲା ହୈ। ତୁମ କମିଟି ବନା ଲିଏ ହୋ..ପର ଆପ୍ରୁଭ ହୋନେ ଭି ଟାଇମ୍ ଲଗେଗା। ନଡ୍ଡାଜୀ କା ତୋ ଠିକ୍ ହୈ..ପର ଶାହାଜୀ ଔର ପ୍ରଧାନଜୀ ହୋଲ୍ଡ କର ଦିଏ ହେଁ। ଇନ୍ତଜାର ତୋ କରନା ପଡେଗା’। ଏହା କୌଣସି ହିନ୍ଦୀ ସିନେମାର ସଂଳାପ ନୁହେଁ.. ଏହା ବିଜେପି ମୁଖ୍ୟାଳୟର ଜଣେ କାର୍ଯ୍ୟକର୍ତ୍ତାଙ୍କ ମୁହଁରେ କୁହାଯାଇଥିବା କଥା। ଯାହା ସେ ଜଣେ ମାଫର୍ତଦାରଙ୍କ ହାତରେ  ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଣାଇଛନ୍ତି। ତେଣୁ କମିଟି ଅନୁମୋଦନ କରାଇବାକୁ ଏତେଟା ତତ୍ପରତା ପ୍ରକାଶ କରନ୍ତୁ ନାହିଁ। କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ଖୋଦ୍ ଶାହା ଏହି ନିଷ୍ପତ୍ତି ନେବେ।

ଯାହା ମନମୋହନ ସାମଲ ଏବଂ ଦଳର ସବର୍ଣ୍ଣ ନେତା ଗୋଷ୍ଠୀଙ୍କୁ(ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସଂଗୀତା ସିଂଦେଓ, ଜୟନାରାୟଣ ମିଶ୍ର) ଏହି ବିଳମ୍ବ ବେଶ୍ ବାଧିଛି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ ଏହି ଗୋଷ୍ଠୀ ସହ ଅଛନ୍ତି। ମାତ୍ର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ସାଂସଦ ଟିକେଟ୍ ନ ଦେଇ ରାଜ୍ୟପାଳ କରିବା ଉପରେ ପ୍ରାଥମିକ ଆଲୋଚନା କରିଛି। ତେଣୁ ସେ ଧର୍ମେନ୍ଦ୍ର-ଶାହା ବିରୋଧି ଲବିରୁ ଦୂରେଇ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦରୁ ଯିବେ ନା ରହିବେ, ତାହା ଏବେ ବିଜେପି ଶିବିରରେ ଅଧିକ ଆଲୋଚନା ହେଉଛି। ତେଣୁ ଶ୍ରୀ ପ୍ରଧାନ ଯଦି ଅପସାରିତ ହୁଅନ୍ତି, ତେବେ ସେ ଶତପ୍ରତିଶତ ସଙ୍ଗଠନ ସହ ଫେରିବାକୁ କୁଆଡେ ଅଡ଼ି ବସିଛନ୍ତି।

ସୁନୀଲ ବଂଶଲ ମଧ୍ୟ ରାଜ୍ୟ ସମ୍ପର୍କରେ ଗୋଟିଏ ପା୍ୱାର ପଏଣ୍ଟ ପ୍ରଜେଣ୍ଟସନ ଶୀର୍ଷ ନେତୃତ୍ୱ ସମ୍ମୁଖରେ ରଖିଥିଲେ। ହେଲେ ସେହି ଅନୁସାରେ କାର୍ଯ୍ୟ କରିବାକୁ ତାଙ୍କୁ ଗ୍ରୀନ୍ ସିଗନାଲ ମିଳିନାହିଁ। କେତେକ ବିଜେଡି ଅସନ୍ତୁଷ୍ଟ ନେତା ଏବଂ କଂଗ୍ରେସର ଛାମୁଆ ଲୋକଙ୍କୁ ବିଜେପି ଆଣିବାକୁ ଯୋଜନା କରାଯାଇଛି। ହେଲେ ରାଜ୍ୟ ବିଜେପି ମହାରାଷ୍ଟ୍ର, ଦିଲ୍ଲୀ, କର୍ନାଟକ , ବିହାର ଏବଂ ପଶ୍ଚିମବଙ୍ଗରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଦେଖାଉନାହିଁ। ତେଣୁ ବିଜେଡି ଅସନ୍ତୁଷ୍ଟ ନେତା ମଧ୍ୟ ମୁହଁ ମୋଡିଥିବା ଆଭାସ ମିଳୁଛି। ତେଣୁ ଜୁଲାଇ ଶେଷ ସୁଦ୍ଧା ବିଜେପି ରାଜନୀତିର ସ୍ପଷ୍ଟତା ଆସିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *