କାଲି ବିଶ୍ୱ ଦେଖିବ ଭାରତ-ପାକିସ୍ଥାନ ମ୍ୟାଚ୍

କଲମ୍ବୋ : ଶ୍ରୀଲଙ୍କାରେ ଚାଲିଥିବା ଏମର୍ଜିଂ ଏସିଆ କପ୍ ଫାଇନାଲରେ ଭାରତ- ଏ ଫାଇନାଲରେ ପ୍ରବେଶ କରିସାରିଛି  । ବାଂଲାଦେଶ- ଏ କୁ ୫୧ ରନରେ ପରାସ୍ତ କରି ଫାଇନାଲ ପାଇଁ ଟିକେଟ କାଟିଛି । ସେହିପରି ଅନ୍ୟପଟେ ପାକିସ୍ତାନ ଏ ଆୟୋଜକ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତେବେ ଆସନ୍ତାକାଲି ଏହି ଦୁଇ ଚିର ପ୍ରଦିଦ୍ବନ୍ଦି ଫାଇନାଲମରେ ମୁହାଁ-ମୁହିଁ ହେବାକୁ ଯାଉଛନ୍ତି । ଆମେ ଯଦି ୧୦ ବର୍ଷ ତଳକୁ ଫେରିଯିବା ତେବେ ୨୦୧୩ରେ ଭାରତ ଏ– ପାକିସ୍ତାନ ଏ ଫାଇନାଲରେ ଭେଟା-ଭେଟି ହୋଇଥିଲେ । ଯେଉଁଥିରେ ଭାରତର ଅଧିନାୟକ ଭାର ସମ୍ଭାଳି ଥିଲେ ସୁର୍ଯ୍ୟକୁମାର ଯାଦବ । ସେହିପରି ପାକିସ୍ତାନର କ୍ୟାପଟେନ ଥିଲେ ହମାଦ ଆଜମ କିନ୍ତୁ ପାକିସ୍ତାନି ଦଳରେ ସାମିଲ ଥିଲେ ବାବର ଆଜମ ଏବଂ ରିଜୱାନଙ୍କ ପରି ଆକ୍ରାମକ ଖେଳାଳି । ସେହି ମ୍ୟାଚରେ ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରି ୪୭ ଓଭରରେ ୧୫୯ରନ ସଂଗ୍ରହ କରିଥିଲା ।  କିନ୍ତୁ ନିଜ ବ୍ୟାଟିଂ ପାଇଁ ପରିଚିତ ଥିବା ସୁର୍ଯ୍ୟକୁମାର ଯାଦବ ୨୦ରନ ଦେଇ ଦୁଇଟି ୱିକେଟ ନେଇଥିଲେ । ବ୍ୟାଟିଂରେ କେଏଲ ରାହୁଲ ୯୩ ରନର ଅପରାଜିତ ପାରି ଖେଳି ଭାରତକୁ  ଏମର୍ଜିଂ ଏସିୟା କପର ଟାଇଟଲ ଜିତାଇଥିଲେ । ପୁଣି ଦୀର୍ଘ ୧୦ ବର୍ଷ ପରେ ଧୁଲ୍ ବାହିନୀ ପାଖରେ ରହିଛି ଇତିହାସକୁ ଦୋହରାଇବାର ସୁବର୍ଣ୍ଣ ସୁଯୋଗ । ପର୍ବରୁ ଭାରତର ଏମର୍ଜିଂ ଦଳ ପାକିସ୍ତାନ ଏ ଦଳକୁ ଏହି ପ୍ରତିଯୋଗିତାରେ ଧୂଳି ଚଟେଇ ସାରିଛି । ଏବେ ଦେଖିବାର କଥା ରହିଲା ଯେ ଆସନ୍ତାକାଲି ହେବାକୁ ଥିବା ଏହି ଫାଇନାଲରେ କିଏ କାହା ଉପରେ ଭାରି ପଡ଼ୁଛି ।

Leave a Reply

Your email address will not be published. Required fields are marked *