ଅଙ୍ଗନବାଡ଼ିରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କେମିତି କରିବେ ଆବେଦନ …

ଅଙ୍ଗନବାଡ଼ିରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି  ସରକାର  । ଅଙ୍ଗନବାଡ଼ିରେ ଚାକିରି କରିବାକୁ ଥିବା ଆଶାୟୀ ପ୍ରାର୍ଥୀମାନେ ବର୍ତ୍ତମାନ ଏଥିପାଇଁ ଆବେଦନ କରିପାରିବେ । ମିଳିଥିବା ସୂଚନା ଅନୁସାରେ ଉଭୟ ଫ୍ରେସର ଏବଂ ଅଭିଜ୍ଞ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ନିଜର ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀମାନଙ୍କୁ ଚାକିରିର ସୁଯୋଗ ମିଳିବ । ତେବେ ଏହି ନିଯୁକ୍ତୁ ପାଇଁ ଜୁଲାଇ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ  । ଏହାର ଶେଷ ତାରିଖ ଅଗଷ୍ଟ ୦୭, ୨୦୨୩ ଯାଏଁ ରହିଛି ।ତେବେ ଏଥିରେ କାମ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ଜାଣନ୍ତୁ କଣ ରହିଛି ଏହାର ଦରମା ଓ କାମ ।

ଅଙ୍ଗନବାଡ଼ି ଟିଚର, AWW, AWH ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ପାଇଁ ମୋଟ୍‌ ୭୨୩ଟି ପଦବୀରେ ନିଯୁକ୍ତି ଦିଆଯିବା ନେଇ ସୂଚନା ଦିଆଯାଇଛି । ତେବେ ଏହି ଚାକିରି କରିବା ପାଇଁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ୮ମ, ୧୦ମ,  ଓ +୨ ପାସ୍‌ କରିଥିବା  ଆବଶ୍ୟକ । ସେହିପରି ଏଥିରେ ଚାକିରି କରିବା ପାଇଁ ଆପଣଙ୍କ ବୟସ ସୀମା  ୧୮ ବର୍ଷରୁ ସର୍ବାଧିକ ୪୫ ବର୍ଷ ହୋଇଥିବା ଆବଶ୍ୟକ । ଏହି  ବିଜ୍ଞପ୍ତି ପାଇଁ ଦରମା ୮,୦୦୦ରୁ ୩୦,୦୦୦ ପର୍ଯ୍ୟନ୍ତ ରହିଛି ।

କେମିତି କରିବେ ଆବେଦନ

ପ୍ରଥମେ ଆପଣଙ୍କୁ wcdodisha.gov.in ୱେବସାଇଟକୁ ଯିବା ପାଇ ପଡିବ ।

ୱେବ୍‌ ସାଇଟ୍‌କୁ ଯିବା ପରେ ପ୍ରାର୍ଥୀମାନେ ନିଜର ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରିବା ସହ ଫଟୋ ଓ ମଗାଯାଇଥିବା ସମସ୍ତ ତଥ୍ୟ ପ୍ରଦାନ କରିବେ. ତାପରେ  ନିଜର ମୋବାଇଲ୍‌ ନମ୍ବର ସହ ଇ-ମେଲ୍‌ ଆଇଡି ମଧ୍ୟ ଦେବାକୁ ପଡ଼ିବ ।

ସେହିପରି ପ୍ରାର୍ଥୀଙ୍କ ଜନ୍ମତାରିଖ, ଠିକଣା ଏବଂ ଆପଣ କେଉଁ  ପୋଷ୍ଟ ପାଇଁ ଆବେଦନ କରୁଛନ୍ତି ତା ସମ୍ପର୍କରେ ସୂଚନା ଦେବେ ।

କେଉଁ ଜିଲ୍ଲାରେ କେତେ ରହିଛି କେତେ ପଦବି

ଅନୁଗୁଳ - ୧ ପୋଷ୍ଟ |
ବଲାଙ୍ଗୀର - ୨୮ ପୋଷ୍ଟ |
ବରଗଡ଼ - ୧୧ ଟି ପୋଷ୍ଟ |
ଢେଙ୍କାନାଳ - ୨୪ ଟି ପୋଷ୍ଟ |
ଗଜପତି - ୯୬ ପୋଷ୍ଟ |
ଗଞ୍ଜାମ - ୨୪ ଟି ପୋଷ୍ଟ |
କାଲାହାଣ୍ଡି - ୧୫ ଟି ପୋଷ୍ଟ |
କନ୍ଧମାଳ- ୧୫ ପୋଷ୍ଟ |
କେନ୍ଦୁଝର - ୪୯ ଟି ପୋଷ୍ଟ |
ଝାରସୁଗୁଡା - ୧୩ ଟି ପୋଷ୍ଟ |
କୋରାପୁଟ - ୧୨ ଟି ପୋଷ୍ଟ |
ସମ୍ବଲପୁର -  ୪୩ ପୋଷ୍ଟ |
ସୁନ୍ଦରଗଡ - ୧୨୨ ପୋଷ୍ଟ |
ମାଲକାନଗିରି - ୩୪
ମୟୁରଭଞ୍ଜ -୧୭୮

Leave a Reply

Your email address will not be published. Required fields are marked *