କୋରେଇରେ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଁଥିବା ପ୍ରଶାସକ କିଏ ?

ଯାଜପୁର : କ୍ଷମତା ରାଜନୀତି ଦୃଷ୍ଟିରୁ ଯାଜପୁର ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ରାଜ୍ୟରେ କ୍ଷମତାରେ ଥିବା ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦୁଇ ମନ୍ତ୍ରୀ-ପ୍ରମିଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡ଼ାଇ ଏହି ଜିଲ୍ଲାର। ଏହି ଜିଲ୍ଲାରେ ଥିବା କୋରେଇ ଆସନରେ ବିଜେଡି ନୂତନ ପ୍ରାର୍ଥୀ ଦେବାକୁ ଚାହୁଁଛି। ତେଣୁ ଏହି ଆସନରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ରାଜ୍ୟ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ ମଧ୍ୟ ଏହି ଆସନରେ ଚର୍ଚ୍ଚା ରହିଛି। ଏହି ବାବୁ ଜଣଙ୍କ ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ପରେ ରାଜନୀତିକୁ ଓହ୍ଲାଇପାରନ୍ତି।

Leave a Reply

Your email address will not be published. Required fields are marked *