ବିଜେଡିର ଆକାର ବଢୁଛି, ହେଲେ ଓଜନ…..ନିର୍ବାଚନୀ ପ୍ରସଙ୍ଗ ଜୁଟାଇ ପାରୁନି ଦଳ….ସମାନ ପ୍ରସଙ୍ଗରେ ପିନାକୀ-ଦେବୀ କହିଲେ ଅଲଗା କଥା…

ଭୁବନେଶ୍ୱର :  କଂଗ୍ରେସକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଥିଲା। ତେଣୁ କଂଗ୍ରେସ ଦ୍ୱାରା ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଆମେ କେମିତି ସମର୍ଥନ କରିବୁ। ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଆମର ବହୁ ଦାବି ଓ୍ୱିଶ୍ ଲିଷ୍ଟ(ଦାବି) ପୂରଣ କରିଛି। ତେଣୁ କେନ୍ଦ୍ର ସରକାରଙ୍କ ସମର୍ଥନରେ ଆମେ ରହିବୁ। ଏକଥା ବିଜେପି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ବେଳେ କହିଥିଲେ।  ମଣିପୁର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁହାଇବା ଭଳି ଯୁକ୍ତି କରିଥିଲେ। କେନ୍ଦ୍ର ଆମର ସବୁ ଦାବି ପୂରଣ କରିଛି ବୋଲି କହି କେନ୍ଦ୍ର ଅବହେଳା ଅସ୍ତ୍ରଟିକୁ ସଂସଦରେ ଛାଡି ଆସିଲେ।

ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବ। ଯୁବ , ଛାତ୍ର କର୍ମୀଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରଶିକ୍ଷଣ ଦେବ। ଆଗାମୀ ଦିନରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସୋମବାର ନବୀନ ନିବାସରେ ବୈଠକ ପରେ ଶ୍ରୀ ମିଶ୍ର ଏକଥା କହିଛନ୍ତି।  ରାଜନୈତିକ ସମୀକ୍ଷକ ବିଜୟ ମହାରଣା କହିଛନ୍ତି ଯେ, ବିଜେଡି ନିକଟରେ ଏକୋଇଶି ଏମପି ଏବଂ ଶତାଧିକ ବିଧାୟକ ରହିଛନ୍ତି। ହେଲେ ଏହି ଦଳଟିକୁ ରାଜନୈତିକ ବୌଦ୍ଧିକତାର ଅଭାବ ପରିଲଖିତ ହେଉଛି। ତେଣୁ ଦିଲ୍ଲୀରେ ଗୋଟିଏ କଥା ରାଜ୍ୟରେ ଆଉ ଗୋଟିଏ କଥା କହୁଛନ୍ତି। ରାଜ୍ୟରେ କ୍ଷମତା ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ପିନାକୀ ହୁଅନ୍ତୁ କି ଦେବୀ ମିଶ୍ର, ନିର୍ଦ୍ଦେଶ ଅନୁଯାୟୀ ବକ୍ତବ୍ୟ ରଖି କେବଳ ଲୋକହସା ହେଉଥିବା ଶ୍ରୀ ମହାରଣା କହିଛନ୍ତି।

Leave a Reply

Your email address will not be published. Required fields are marked *