ସବୁ ବର୍ଗର ପରିସଂଖ୍ୟନ ପ୍ରକାଶ କରିଲେ ବିହାର ସରକାର, ସାରା ଦେଶରେ କରାଗଲା ସ୍ୱାଗତ

ପାଟନା-  ବିହାର ସରକାର ଗାନ୍ଧୀ ଜୟନ୍ତୀ ଅବସରରେ  ରାଜ୍ୟରେ ହୋଇଥିବା ଜାତିଭିତ୍ତିକ ଜନଗଣନାର ସର୍ଭେ ରିପୋର୍ଟ ସୋମବାର ପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗାନ୍ଧୀ ମଇଦାନରେ ଗାନ୍ଧୀ ଜୟନ୍ତୀ ପାଳନ କରିବା ପରେ ଟୁଇଟ୍ କରି ଏହି ସୂଚନା ପ୍ରଦାନ କରିଥିଲେ।  ଏହା ପରେ ବିହାର ସରକାରଙ୍କ ମୁଖ୍ୟ ଶାସନ ସଚିବ ବିବେକ କୁମାର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ବିହାର ଜାତିଗତ ଜନଗଣନା ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଜରିଆରେ ବିହାରର ଜାତିଗତ ଜନଗଣନାର ତଥ୍ୟ ସାର୍ବଜନୀନ କରାଯାଇଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଓବିସି ଓ ଇବିସି (ଆର୍ଥିକ ଦୃଷ୍ଟିରୁ ପଛୁଆବର୍ଗ)ଙ୍କୁ ମିଶାଇ ମୋଟ ପଛୁଆ ବର୍ଗ ରାଜ୍ୟର ମୋଟ ଜନସଂଖ୍ୟାର ୬୩ ପ୍ରତିଶତ ଅଟନ୍ତି। ସେହିପରି ସାଧାରଣ ବର୍ଗଙ୍କ ଜନସଂଖ୍ୟା ୧୫.୫୨ ପ୍ରତିଶତ ଅଟେ । ଜନଗଣନା ତଥ୍ୟ ଅନୁଯାୟୀ, ବିହାରରେ ଯାଦବ ମାନଙ୍କ ସଂଖ୍ୟା ୧୪.୨୬%, ମୁସଲମାନ ୧୭ %, କୋଇରି ୪.୨ %,  କୃମି ୨.୮୭ %, ରାଜପୁତ ୩.୪୫%, ବ୍ରାହ୍ମଣ ୩.୬୬% ଓ ଭୂମିଆରଙ୍କ ସଂଖ୍ୟା ୨.୮୬  % ରହିଛି ।

Leave a Reply

Your email address will not be published. Required fields are marked *