ବିଶ୍ୱକପ୍ କ୍ରିକେଟ୍ ଖେଳ ସହ ଆର୍ଥିକ ଫାଇଦାରେ ରହିବ ଭାରତ, ଜାଣନ୍ତୁ କେତେ କୋଟି ଟଙ୍କା କରିବ ଆୟ ..

ଅହମ୍ମଦାବାଦ : ଆରମ୍ଭ ହୋଇଯାଇଛି ଆଇସିସି ପ୍ରାୟୋଜିତ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତା। ପ୍ରାୟ ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଆୟୋଜନ ଜାରି ରହିବ। ସେପଟେ ଖେଳ ଚାଲିବ। ଏପଟେ ଭାରତୀୟ ଅର୍ଥନୀତି ମଧ୍ୟ ଲାଭ କରିବାକୁ ଯାଉଛି। ନିକଟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଏକ ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରିଛି। ବିଶ୍ୱକପ୍ କାରଣରୁ ଭାରତର ଅର୍ଥନୀତି (ଜିଡିପି)କୁ ୨୨,୦୦୦ କୋଟି ଟଙ୍କା ବା ୨.୬୫ ବିଲିୟନ ଡଲାରର ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ରିପୋର୍ଟ ଅନୁଯାୟୀ ଦେଶର ୧୦ଟି ସ୍ଥାନରେ ଥିବା ଷ୍ଟାଡିୟମରେ ଅତି କମରେ ୨୫ ଲକ୍ଷ ଲୋକ ୪୮ଟି ମ୍ୟାଚ୍ ଲାଇଭ୍ ଦେଖିବେ। ଏହି ୨୨ ହଜାର କୋଟି ମଧ୍ୟରୁ ସର୍ବାଧିକ ୧୨ ହଜାର କୋଟି ଟିଭି ପ୍ରସାରଣ ଅଧିକାର, ପ୍ରାୟୋଜକମାନଙ୍କଠାରୁ ଆସିବ । ସେହିପରି ସ୍କ୍ରିନିଂ ଓ ଫୁଡ ଡେଲିଭରି କ୍ଷେତ୍ରରୁ ୫ ହଜାର କୋଟି, ଟିକେଟ ବିକ୍ରି ବାବଦରୁ ୨୨୦୦ କୋଟି, ବିଦେଶୀ ପର୍ଯ୍ୟଟକଙ୍କ ମାଧ୍ୟମରେ ୬୦୦ କୋଟି ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରୁ ୧୦୦୦ କୋଟି ଆୟ ଆସିବ ବୋଲି ଆକଳନ କରାଯାଇଛି।