ସରକାରୀ ଟଙ୍କାରେ ନିଜର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି, କଂଗ୍ରେସ ଆଣିଲା ଅଭିଯୋଗ

ଭୁବନେଶ୍ୱର : : ଓଡ଼ିଶା ସରକାର ଜନତାଙ୍କ ଟଙ୍କାକୁ ବିଜୁ ଜନତା ଦଳର ପ୍ରଚାରରେ ବ୍ୟବହାର କରୁଛନ୍ତି । ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ “ଶଙ୍ଖ”  ବ୍ୟବହାର କରାଯାଉଛି । ଓଡ଼ିଶାର ସାଧାରଣ ଜନତାଙ୍କ ଟଙ୍କାକୁ ବିଜୁ ଜନତା ଦଳର ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛନ୍ତି । ଯାହା ସମ୍ପୂର୍ଣ୍ଣ ନିୟମ ବିରୋଧୀ ବୋଲି ସାମ୍ୱାଦିକ ସମ୍ମିଳନୀରେ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। “ଆଚରଣ ବିଧି” ଅନୁସାରେ କୌଣସି ରାଜନୈତିକ ଦଳ ନିଜର ଦଳୀୟ ଚିହ୍ନକୁ ସରକାରୀ ବିଜ୍ଞାପନ ଓ କାର୍ଯ୍ୟକ୍ରମରେ ବ୍ୟବହାର କରିପାରିବେ ନାହିଁ । କେବଳ ନିର୍ବାଚନ ସମୟରେ ଯେ ନିର୍ବାଚନ କମିଶନରଙ୍କ କ୍ଷମତା ଅଛି ତାହା ନୁହେଁ, ନିର୍ବାଚନ ନଥିବା ସମୟରେ ବି ନିର୍ବାଚନ କମିଶନରଙ୍କ କାର୍ଯ୍ୟନୁଷ୍ଠାନ ନେବାର କ୍ଷମତା ରହିଛି। ସୁପ୍ରିମ କୋର୍ଟ ଓ ନିର୍ବାଚନ କମିଶନ ଙ୍କୁ ଅବମାନନା କରୁଛନ୍ତି ବିଜେଡି ସରକାର। ବିଜେଡି ନିୟମ ଉଲଂଘନ କରୁଥିବାରୁ  ଆଗମୀ ଦିନରେ କଂଗ୍ରେସ ଦଳ  ଏହି ପ୍ରସଙ୍ଗରେ ନିର୍ବାଚନ କମିଶନର ଙ୍କୁ ଅବଗତ କରାଇବ ବୋଲି ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ କହିଛନ୍ତି।  ତା ସହ ନବରଙ୍ଗପୁରରେ ଗୋଟିଏ କଲେଜ୍ ରେ ନୂଆ ଭୋଟର୍ ଙ୍କ ଫର୍ମ ଫିଲପ୍ କରୁଥିବା ସମୟରେ ବିଜେଡ଼ି ଛାତ୍ର ନେତା ଓ କଲେଜ ପ୍ରିନ୍ସିପାଲଙ୍କ ଉପସ୍ଥିତ ରହି ପ୍ରଚ୍ଛଦ ପଟ୍ଟରେ ନବୀନ ଓ ବିଜୁ ଜନତା ଦଳର ଦଳୀୟ ଚିହ୍ନ ରଖିଛନ୍ତି। ଏହାର ଅର୍ଥ ବିଜେଡି ଦଳ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ। ଯାହାକି ନିୟମର ଉଲଂଘନ। ସେହିପରି ଅଧିକାଂଶ ବ୍ଲକ ସ୍ତରୀୟ ସରକାରୀ କାମରେ କୋଟି କୋଟି ଟଙ୍କାର କାର୍ଯ୍ୟ କୁ ସିଧାସଳଖ ଜୁନିଅର ଇଞ୍ଜିନିୟର ମଧ୍ୟମରେ ଖର୍ଚ୍ଚ କରାଯାଉଛି। ଜେଇ ମାନଙ୍କ ନାଁ ରେ ୱାର୍କ ଅର୍ଡର ହେଉଛି ଏବଂ ପ୍ରକୃତରେ କାମ କରୁଛନ୍ତି ବିଜେଡ଼ି ନେତା ମୁକ୍ତ ଓ ଅବାଧ ମଧ୍ୟମରେ ଟେଣ୍ଡର ବ୍ୟବସ୍ଥା ହୋଇଥିଲେ ସେଚ୍ଛତା ଆସିଥାନ୍ତା କିନ୍ତୁ ଏହିଭଳି ଭାବେ ନିୟମ ଉଲଙ୍ଘନ କରି ବିଜେଡି ଦଳୀୟ କର୍ମୀଙ୍କୁ ଫାଇଦା ଦେବାର ବ୍ୟବସ୍ଥା କରାଯାଉଛି। ନବୀନ ବାବୁ ଖୋଲା ଖୋଲି ଭାବରେ ସରକାରୀ ଅର୍ଥ ଓ ସରକାରୀ କର୍ମଚାରୀଙ୍କୁ ନିଜ ଦଳୀୟ ଫାଇଦା ପାଇଁ ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *