ଦେଶରେ ବଢିବାରେ ଲାଗିଛି କୋରନା ସଂକ୍ରମଣ , ସେପଟେ କର୍ଣ୍ଣାଟକରେ ଫେରିଲା ମାସ୍କ …

କୋରନାର ଆଉ ଏକ ପ୍ରଜାତି ଜେଏନ-୧ ଭୟ ସୃଷ୍ଟି କଲାଣି । ତେବେ ଏହି ଭୂତାଣୁ ଭାରତରେ ଦେଖାଦେଇଥିବା ସୂଚନା ମିଳିଛି । ଆଗକୁ ନୂଆବର୍ଷ ଆସୁଥିବାରୁ ଗୋଷ୍ଠି ସଂକ୍ରମଣର ଆଶଙ୍କା କରାଯାଉଛି । ତେବେ ଏହାକୁ ନଜରରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖି ଏହାର ରିପୋର୍ଟ ହସ୍ତାନ୍ତର କରିବାକୁ ରାଜ୍ୟ ଗୁଡ଼ିକୁ କୁହାଯାଇଛି । ସେହିପରି ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଣ୍ଡ ଟେକିଛି କରୋନା । ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡ ୧୯ ଭାଇରସ ନିରବଚ୍ଛିନ୍ନ ଭାବେ ଘୁରି ବୁଲୁଛୁ। କରୋନା ସ୍ଥିତି ଉପରେ ଆମ ସମସ୍ତଙ୍କୁ ନଜର ରଖିବାକୁ ପଡ଼ିବ। ଜିଲ୍ଲାସ୍ତରରୁ ଏହି ଅଭିଯାନ ଆରମ୍ଭ ହେବା ଦରକାର । ଆଜି ଦେଶରେ ୨୬୦ ନୂଆ ସଂକ୍ରମଣ ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୨୮ ରହିଛି । ତେବେ କେରଳରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି କେରଳରେ ହିଁ ଜେଏନ ୧ ସବଭ୍ୟାରିଏଣ୍ଟ ନିକଟରେ ଚିହ୍ନଟ ହୋଇଥିଲା ।

Leave a Reply

Your email address will not be published. Required fields are marked *