ଇଏ ସେହି ଉପ-ରାଷ୍ଟ୍ରପତି, ଯିଏ ଓଡ଼ିଶାରେ ରାଜ୍ୟପାଳ ଥିବାବେଳେ ଖାଇଥିଲେ ଜୋତାମାଡ଼..

 ଭୁବନେଶ୍ୱର :  ସଂସଦରୁ ଶତାଧିକ ସାଂସଦ ନିଲମ୍ବିତ ହୋଇ ସାରିଲେଣି। ଏହି ସଂଖ୍ୟା ଇତି ମଧ୍ୟରେ ଦେଢଶହ ଟପିଲାଣି। ଏହା ପରେ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଟିଏମସି ଏମପି କଲ୍ୟାଣ ବାନାର୍ଜୀ ବ୍ୟଙ୍ଗ କରିବା କଥା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଉପରାଷ୍ଟ୍ରପତିଙ୍କୁ ଶାସକ ଦଳ ବିଜେପି ଏବଂ ଅଣ ଆନୁଷ୍ଠାନିକ ସହଯୋଗୀ ବିଜେଡ଼ି ଏମପି ମାନଙ୍କ ପକ୍ଷରୁ ସମବେଦନା ଜଣାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରାଜ୍ୟପାଳ ରହିସାରିଥିବା ଜଣେ ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ସହ ହୋଇଥିବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ପୂର୍ବତନ ଉପ-ରାଷ୍ଟ୍ରପତି ହେଉଛନ୍ତି-  ବି ଡି ଜତି । ସେ ଏକଦା ଓଡ଼ିଶା ବିଧାନସଭାରେ ଜୋତା ମାଡ଼ର ଶୀକାର ହୋଇଥିଲା। ଏହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ଉପ ରାଷ୍ଟ୍ରପତି କରିଥିଲେ । ସେ ସମୟର ଘଟଣାଟି ଏହି ଭଳି …..

ଜତି ମହୋଦୟ ଓଡ଼ିଶାର ରାଜ୍ୟପାଳ ଥିଲେ । ସେତେବେଳେ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ । ତାଙ୍କୁ ଜୋତା ମାଡ଼ ଓ ଇତ୍ୟାଦିରେ ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ଶରତ ଦେବ ଶାରୀରିକ ଆଘାତ ଦେଇଥିଲେ ।  ବୋଧହୁଏ ୧୯୭୧ନିର୍ବାଚନ ପରେ ପ୍ରଥମେ କିଛି ଦିନ ବିଶ୍ୱନାଥ ଦାସ ମିଳିତ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ହେଲେ । ସ୍ୱତନ୍ତ୍ର, ଜନ କଂଗ୍ରେସ ଓ ଉତ୍କଳ କଂଗ୍ରେସ ମନ୍ତ୍ରୀ ମଣ୍ଡଳ । କିନ୍ତୁ ବିଜୁ ବାବୁଙ୍କ ଉତ୍କଳ କଂଗ୍ରେସର କିଛି ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ ବିଡ଼ି ଜତି ରାଜ୍ୟରେ ରାଷ୍ଟ୍ରପତି ଶାସନ ଘୋଷଣାକରିବା ପାଇଁ ସୁପାରିଶ କଲେ । କିନ୍ତୁ କଥା କଣ କି ସେତେବେଳେ ବିଜୁବାବୁଙ୍କ ନେତୃତ୍ୱରେ ଗୋଟିଏ ସରକାର ଗଠନ ପାଇଁ ବୋଧେ ରାଜ୍ୟପାଳଙ୍କ ନିକଟରେ ଦାବି ହେଲା । ଯେତେବେଳେ ବିଧାନସଭାରେ ଶ୍ରୀମତୀ ଶତପଥୀ ସଂଖ୍ୟାଲଘୁ ହେଇଗଲେ । ଶ୍ରୀମତୀ ଶତପଥୀ ସଂଖ୍ୟା ଲଘୁ ହେବା ସତ୍ତ୍ୱେ ପୁନଃ ବିଧାନସଭା ନିର୍ବାଚନ କରେଇବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । ଏହାକୁ ବିରୋଧୀ ଦଳ ବିରୋଧ କରି ରାଜ୍ୟପାଳଙ୍କ ଉପରେ ଆକ୍ରମଣ କରିଥିଲେ ଓ ଡ ହରେକୃଷ୍ଣ ମହତାବଙ୍କ ପ୍ରୋତ୍ସାହନ କ୍ରମେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ପୋଲିସ କେଶ ହେଇଥିଲା ଓ ଶରତ ଦେଵ, ମହାତାବଙ୍କ ସମେତ କିଛି ଉପଦ୍ରବୀ ଝାରପଡା ଜେଲରେ କିଛି ଦିନ ଅତିଥି ହେଇଥିଲେ । ମାତ୍ର ପରେ ସେମାନେ ପୁଣି ଖଲାସ ହେଇ ଯାଇଥିଲେ । ସେମାନେ ଝାରପଡା  ଜେଲ ଖାଲି କରିବା ପରେ ପ୍ରାୟ ୫୦ ଜଣ ଉତ୍କଳ ବିଶ୍ଵବିଦ୍ୟାଳୟସ୍ତରୀୟ ଛାତ୍ର ଆନ୍ଦୋଳନକାରୀ ଝାରପଡା ପ୍ରାୟ ଗୋଟିଏ ପକ୍ଷ ଗଲୁ । ଏହି ସମୟରେ ସମାଜ କଂଗ୍ରେସକୁ ସମର୍ଥନ କରୁଥିବା ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ସମାଜ ପୋଡା ହେଲା । ଛାତ୍ରମାନଙ୍କ ସମର୍ଥନରେ ବ୍ୟାପକ ପୋଷ୍ଟର, ପ୍ରଚାର ପତ୍ର ହେଲା । ଏହି ଦାୟିତ୍ୱ ରେଭେନ୍ସାର ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମହାନ୍ତି ପାଳନ କରୁଥିଲେ । ସେତେବେଳେ ରେଭେନ୍ସା ସଭାପତି ଡିଏସଓ ର ଚିତ୍ତରଞ୍ଜନ ବେହେରା ଥିଲେ । ବୋଧେ ଗଙ୍ଗା ମନ୍ଦିର କି ତଳତେଲେଙ୍ଗା ବଜାର ଗୋଟିଏ ପ୍ରେସରେ ପ୍ରଚାର ପତ୍ର ଛପା ହେଉଥିଲା । ଆମକୁ ଜେଲରେ ସାକ୍ଷାତ କରିବା ପାଇଁ ପ୍ରତିଦିନ ନେତାମାନେ ଜେଲକୁ ଯାଉଥିଲେ ଓ ଜଳଖିଆ ମଧ୍ୟ ଦେଉଥିଲେ । ବି ଡି ଜତି ଯଦିଓ ବିରୋଧୀ ଦଳକୁ ଆଲୋଚନା କରିବାକୁ ନ ଦେଇ ଗଣତନ୍ତ୍ରକୁ ହତ୍ୟା କରି ଥିବାରୁ ଉପ ରାଷ୍ଟ୍ରପତି ହେଇଥିଲେ, କିନ୍ତୁ ରାଷ୍ଟ୍ରପତି ହେଇ ପାରି ନଥିଲେ । କାରଣ ୧୯୭୭ରେ ନୀଲମ ସଂଜୀବ ରେଡି ରାଷ୍ଟ୍ରପତି ହୋଇ ଗଲେ ।ଏହି ଲେଖାଟି ମୂଳତଃ ବୁଦ୍ଧିଜୀବୀ ବିଜୟ ସାହୁ ନିଜ ଫେସବୁକ୍ କାନ୍ଥରେ ଉଲ୍ଲେଖ କରିଥିଲେ। ଯାହା ଓଡ଼ିଶା ପତ୍ରିକା ଦ୍ୱାରା ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *