ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକର ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ଯ ସରକାର…

ରାଜ୍ୟରେ ବଢ଼ି ଚାଳିଛି ଗ୍ରୀଷ୍ମ ପ୍ରବାହ । ଘରୁ ବାହାରିବା ହୋଇପଡିଛି କଷ୍ଟସାଧ୍ୟ । ତାତି ଏବଂ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହୋଇପଡିଛନ୍ତି ଜନସାଧାରଣ । ହନ୍ତସନ୍ତ ହୋଇପଡିଛି ଜୀବନ । ପ୍ରଥମ ଥର ପାଇଁ ୪୧ ଡିଗ୍ରୀ ତାପମାତ୍ରା ଛୁଇଁଛି ରାଜ୍ୟ । ମାଲକାନଗିରି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଏହାର ତାପମାତ୍ରା ୪୧ ଡିଗ୍ରୀରେ ପହଁଚିଛି । ଏହାସହ ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ପହଞ୍ଚିଥିବା ବେଳେ କଟକରେ ମଧ୍ୟ ୩୭.୬ ରହିଛି ।


ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ବିଭାଗ ପକ୍ଷରୁ ସକାଳୁଆ ବିଦ୍ୟାଳୟ ଖୋଲିବାକୁ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁସାରେ ଆସନ୍ତା ଏପ୍ରିଲ ୨ ତାରିଖରୁ ସମସ୍ତ ବିଦ୍ୟାଳୟ ସକାଳୁ ଆରମ୍ଭ ହେବ । ପ୍ରଥମ ଶ୍ରେଣୀରୁ ନେଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଠା ପଢା ସକାଳ ୭ ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *