୫୦ ଟଙ୍କା ବଢିଲା ଘରୋଇ ଗ୍ୟାସ, ଏବେ ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ଘରୋଇ ଏଳପିଜି ସିଲିଣ୍ଡରର ବଢିଲା ଦର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡରର ମଧ୍ୟ ବଢିଲା ଦର।
ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ଏହାର ଦାମ ଥିଲା ୮୨୯ ଟଙ୍କା। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ଗ୍ୟାସ ଦର ବୃଦ୍ଧି ଖାଉଟିଙ୍କୁ ପୁଣି ଚିନ୍ତାରେ ପକାଇଛି।