NEET Exam Row ପରୀକ୍ଷା ବାତିଲ…କହିବା ସହଜ…. ଛାତ୍ରଛାତ୍ରୀ – ଅଭିଭାବକଙ୍କ ମାନସିକ ଅବସ୍ଥା.. କଥା.. କିଏ ବା ବୁଝେ..

ଭୁବନେଶ୍ୱର :(ଡ଼ ଇପ୍ସିତା ପ୍ରଧାନ )-କେତେ ସହଜ କହିଲେ କହିଦେବା ଯେ #NEET_UG_2026  #ପାବେଶିକ #ପରୀକ୍ଷା #ବାତିଲ ହେଲା, ପୁଣି ପରୀକ୍ଷା କରାଯିବ! କେତେ ସହଜ କହିଲେ NEET_UG_2026 #ପ୍ରଶ୍ନପତ୍ର #ଲିକ୍ ଉପରେ କୌଣସି #ମନ୍ତବ୍ୟ ଦେବାକୁ ମନା କରିଦେବା! ହେଲେ କ’ଣ ସତରେ ଏତେ ସହଜ NEET_UG_2026 ଦେଇଥିବା #୨୨ଲକ୍ଷ #ଛାତ୍ରଛାତ୍ରୀ ଏବଂ ତାଙ୍କ #ପରିବାର ପାଇଁ ଏକଥାକୁ ସ୍ବୀକାର କରିନେବା ଯେ ଯେଉଁ ପରୀକ୍ଷାରେ ବସିବା ପାଇଁ ସେମାନେ ଦିନର ୧୦ଘଣ୍ଟା ୧୫ ଘଣ୍ଟା ପରିଶ୍ରମ ଦେଇଛନ୍ତି, ଖେଳକୁଦ, ସାଙ୍ଗସୁଖ ସବୁ ଭୁଲି ପଢ଼ା ଟେବୁଲ୍ ପାଖରେ ବସିଛନ୍ତି – ସେ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇ ଯାଇଛି, ବାତିଲ୍ ହୋଇ ଯାଇଛି!! “ପ୍ରତିକ୍ରିୟା ଦେବାକୁ ମନା କରିଦେବା” ବାସ୍ ଏଇଠି ସରିଗଲା #କେନ୍ଦ୍ର_ଶିକ୍ଷାମନ୍ତ୍ରୀଙ୍କ #କର୍ତ୍ତବ୍ୟ? ଏଥର ତ ନିଜ ଦଳ ତରଫରୁ #ରାଜ୍ୟସଭା ନୁହେଁ ବରଂ #୨୦୨୪_ସାଧାରଣ_ନିର୍ବାଚନରେ ଲୋକଙ୍କ #ଭୋଟ ପାଇ, #ନିର୍ବାଚିତ ହୋଇ #ଲୋକସଭାକୁ ଯାଇ ମନ୍ତ୍ରୀ ହୋଇଛନ୍ତି…… ତାହାଲେ କ’ଣ ଜଣେ #ଜନ_ପ୍ରତିନିଧି ହିସାବରେ #ଜନତାଙ୍କ ପ୍ରଶ୍ନ ଏବଂ ଆଶଙ୍କାର ଉତ୍ତର ରଖିବା ତାଙ୍କର #ମୌଳିକ_କର୍ତ୍ତବ୍ୟ ନୁହେଁ? ନା’ ୨୨ଲକ୍ଷ ଛାତ୍ରଛାତ୍ରୀ, ଅର୍ଥାତ୍ ଯିଏ ଦେଶର ସମୁଦାୟ ଜନସଂଖ୍ୟାର ମାତ୍ର ୦.୧୬%, ସେଥିପାଇଁ ୨୦୨୪ ଲୋକସଭା ନିର୍ବାଚନରେ ୩୬.୬% ଭୋଟ ପାଇଥିବା ଦଳର #ଭୋଟ_ବ୍ୟାଙ୍କ୍‌କୁ ଏହା ପ୍ରଭାବିତ କଲା ପରି ଆଶଙ୍କା ନାହିଁ ବୋଲି ଆକଳନ କରା ସରିଛି? ଅବଶ୍ୟ ଏ ଦେଶର ଜନତା ଏବଂ ଭୋଟ ବ୍ୟାଙ୍କର ମଧ୍ୟ ଏହା ଦେହ ମୁହାଁ ହୋଇଗଲାଣି ବୋଧେ! କାରଣ ଦେଶବ୍ୟାପୀ ବିରୋଧୀ ଦଳ ଆରୋପ ଆଣିଛନ୍ତି ଯେ ଗତ ୧୦ ବର୍ଷ ଅର୍ଥାତ୍ ୨୦୧୬-୨୦୨୬ ମଧ୍ୟରେ ଦେଶରେ #ସର୍ବଭାରତୀୟ ସ୍ତରର ୮୯ଟି ପ୍ରମୁଖ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇ ସାରିଲାଣି ଏବଂ ୪୮ଥର #ପୁନଃ_ପରୀକ୍ଷା ଆୟୋଜିତ ହୋଇଛି! କିନ୍ତୁ ପ୍ରଶ୍ନ ସେଇ ମୌଳିକ ଯେ କ’ଣ କେବଳ କିଛି ଦୁର୍ବୃତ୍ତଙ୍କୁ ଗିରଫ କରିବା, ସିବିଆଇ ଯାଞ୍ଚ ବସାଇବା, ପରୀକ୍ଷା ବାତିଲ୍ କରିଦେବା ଏବଂ ପୁଣି ପରୀକ୍ଷା ବା re-exam କରାଇବା ସତରେ ସମାଧାନର ବାଟ? ଆଚ୍ଛା କ’ଣ ପାଇଁ ଗତ ଦଶ ବର୍ଷ ମଧ୍ୟରେ ଏଇ ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ଅପରାଧୀ ମାନଙ୍କୁ କ’ଣ ଦଣ୍ଡ ମିଳିଲା ତା’ ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଯାଉ ନାହିଁ? କ’ଣ ପାଇଁ ଆମ #ଗଣମାଧ୍ୟମ ଗୁଡ଼ିକ ଯେକୌଣସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ର ଖବରକୁ ପ୍ରସାରିତ କରିସାରି, viewership ବଢ଼ାଇ ସାରିବା ପରେ ତା’ର follow-up story ସାମନାକୁ ଆଣୁ ନାହାନ୍ତି?
      ସବୁ ଛାଡ଼ନ୍ତୁ ଏ ଯେଉଁ #NTA ତରଫରୁ ଘୋଷଣା କରାଗଲା ଯେ “ପ୍ରବେଶିକା ପରୀକ୍ଷାର ତାରିଖ ପୁନଃ ନିର୍ଦ୍ଧାରିତ କରି ସୂଚିତ କରାଯିବ” – କଥାଟି କ’ଣ ଖାଲି ଏଇଠି ସରିଗଲା? ଆଜ୍ଞା ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ବସ୍, ଟ୍ରେନ୍, ଅଟୋ, ପେଟ୍ରୋଲ ଏ ସବୁର ଖର୍ଚ୍ଚ ଦେବାକୁ ପଡ଼େ। ଆଜ୍ଞା ପରୀକ୍ଷା ଫି ସିନା ଆପଣ ଫେରାଇ ଦେବେ କହୁଛନ୍ତି କି ପୁଣି ରେଜିଷ୍ଟ୍ରେସନ ପାଇଁ ଖର୍ଚ୍ଚ ପଡ଼ିବନି କିନ୍ତୁ ଏ ଯିବାଆସିବା ଆଉ ଦିନେ-ଦୁଇଦିନ ଘରୁ ବାହାରକୁ ଗଲେ ଖାଦ୍ୟ-ପାନୀୟ ତଥା ରହିବା ବାବଦ ଖର୍ଚ୍ଚ ତାକୁ କିଏ ଦେବ? ସତରେ କ’ଣ ୨୨ଲକ୍ଷ ଛାତ୍ରଛାତ୍ରୀ ଯିଏ ପ୍ରବେଶିକା ପରୀକ୍ଷା ଦେଇଥିଲେ ତାଙ୍କ ସମସ୍ତଙ୍କ ପରିବାର ଆର୍ଥିକ ଭାବରେ ସ୍ୱଚ୍ଛଳ? ଆଜ୍ଞା ଯେତେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ ସମସ୍ତଙ୍କ ଅଭିଭାବକ ଡାକ୍ତର ନୁହଁନ୍ତି, ତେଣୁ ସମସ୍ତଙ୍କ ପାଖରେ ବାପା ପ୍ରସ୍ତୁତ କରିଥିବା ଗ୍ରାଉଣ୍ଡ ନାହିଁ ଛିଡ଼ା ହେବା ପାଇଁ। ହେଉ ଯଦି କେହି ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କ ପିତାମାତା ମାସକୁ ୧ଲକ୍ଷ କିମ୍ବା ୧କୋଟି ବି ରୋଜଗାର କରନ୍ତି, ସେ ଅଯଥାରେ ହଜାରେ ଟଙ୍କାର ବି ଖର୍ଚ୍ଚ ହେଉ କାହିଁକି ବହନ କରିବେ? ସେଥିରେ ପୁଣି ଆପଣ କହୁଛନ୍ତି “ଏଥର ପରୀକ୍ଷା କେନ୍ଦ୍ର ପୁନଃ ବିତରଣ ହେବ”…. ସବୁ ଦୂରତା କଭର କରିବା ପାଇଁ ଅର୍ଥବଳ ସମସ୍ତଙ୍କ ପାଖରେ ଅଛି ତ? ହଉ ଠିକ୍ ଅଛି ଆମେ ଏହା ବି ମାନିନେଲୁ ଯେ ଯାଞ୍ଚ ରିପୋର୍ଟ ନଆସିବା ଯାଏଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏବିଷୟରେ ମନ୍ତବ୍ୟ ନଦେବା ଚଳିବ! କିନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ କ’ଣ କେବଳ ଏତିକି ପ୍ରତିଶ୍ରୁତି ଦେଇ ପାରିବେ ଯେ, କିଛି ନହେଲେ ପୁଣି ପରୀକ୍ଷା ହେଲେ ଓଡ଼ିଶାରୁ NEET_UG_2026 ଦେଇଥିବା ୫୫୦୦୦ ପରୀକ୍ଷାର୍ଥୀଙ୍କ ସମସ୍ତ ଖର୍ଚ୍ଚ ସ୍ବୟଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜେ ବହନ କରିବେ ? (ଆମେ ସେଥିରୁ ପିଲାଙ୍କ ପରିଶ୍ରମର ଖର୍ଚ୍ଚ କାଟି କହୁଛୁ)?

Leave a Reply

Your email address will not be published. Required fields are marked *