ଚେଲ୍ଲା କୁମାରଙ୍କ ପରେ ଏହି ବ୍ୟକ୍ତିଙ୍କୁ ଓଡ଼ିଶା ପ୍ରଭାରୀ କରିବାକୁ ଚାହୁଁଛି ଏଆଇସିସି

ଭୁବନେଶ୍ୱର :  ଖୁବ୍ ଶୀଘ୍ର ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ୯ଟିରୁ ୧୦ଟି ରାଜ୍ୟର ପିସିସି ପ୍ରଭାରୀ ତାଲିକା ପ୍ରକାଶ ପାଇବାକୁ ଯାଉଛି। ଏହି କ୍ରମରେ ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ବଦଳିବା ଏକ ପ୍ରକାର ନିଶ୍ଚିତ। କିଛିଦିନ ତଳେ ସେ ନିଜ ଆଡୁ ମଧ୍ୟ ଓହରି ଯିବା ପାଇଁ ଏଆଇସିସିକୁ ଅନୁରୋଧ କରିସାରିଛନ୍ତି। ଏହି କ୍ରମରେ ଚେଲ୍ଲା କୁମାରଙ୍କ ପରେ ପ୍ରଭାରୀ କିଏ ହେବ, ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି।…

Read More

ଜେ.ପି ନଡ୍ଡାଙ୍କ ଭବାନୀ ପାଟଣା ଭାଷଣ କେମିତି ରହିଲା….ଷାଠିଏ ମହଣ ଘିଅ ଥାଇ ବି ରାଧା ନାଚିପାରିଲା ନାହିଁ…

ଭବାନୀପାଟଣା : ସୁନୀଲ ବଂଶଲଙ୍କ କଥାରେ ସବୁ ଅପମାନ ଭୁଲି ଅପରାଜିତା ଷଡଙ୍ଗୀ ନାଁ ନ ନେଇ ବିଜେପି ପାର୍ଟି ଅଫିସରେ ପ୍ରେସ୍ ମିଟ୍ କରି ରାଜ୍ୟ ସରକାରଙ୍କ ଜଣେ ଅଫିସରଙ୍କୁ ଟାର୍ଗେଟ କରିଥିଲେ। ତାଙ୍କ ପୂର୍ବରୁ ସେହି ଅଫିସରଙ୍କ ନାଁ ନ ନେଇ ପ୍ରାକ୍ତନ ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶଶିକଳା ସିଣ୍ଡ୍ରୋମ କହି ସମାଲୋଚନା କରିଥିଲେ। ଏହା ପରେ ରାଜ୍ୟରେ ଭାଜପା ସମର୍ଥିତ ଫେସବୁକ୍ ବ୍ୟବହାରୀକାରୀ, ୟୁଟ୍ୟୁବର ବ୍ୟାପକ…

Read More

ଅଶ୍ୱିନୀଙ୍କୁ ୫ବର୍ଷ ପରେ ପୁଣି ସହଯୋଗ କରିବ ବିଜେଡି, ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବେ ଅଶ୍ୱିନୀ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ପୋଡ଼ା ଟ୍ରାନ୍ସଫରର୍ମର। ବିଜେଡ଼ିକୁ କଳା ପହାଡ଼ ଅକ୍ତିଆର କରିସାରିଲେଣି। ମହାକାଳପଡ଼ାରେ ମହିରାବଣ ଅଛନ୍ତି। ଏପରି କିଛି ଶବ୍ଦ ବିଜେପିର ଶୀର୍ଷ ନେତା ଅମିତ ଶାହା ଏବଂ ରାଜ୍ୟ ବିଜେପିର ଶୀର୍ଷ ନେତା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଆକ୍ଷେପ କରିଥିଲେ। ହେଲେ ୨୦୧୯ ନିର୍ବାଚନ ସରିବାର ମାସ କେଇଟା ପରେ କର୍ପୋରେଟ ଜିଆଣ୍ଟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କୁ ଫୋନ୍ କଲେ। ତାଙ୍କ ପ୍ରିୟ  ଅଶ୍ୱିନୀ ବୈଷ୍ଣବଙ୍କୁ…

Read More

ସାଧାରଣ ନିର୍ବାଚନ ପୂର୍ବରୁ ପିସିସି ସଭାପତି ପଦରୁ ଶରତଙ୍କୁ କରାଯାଇପାରେ ଅପସାରଣ

ଭୁବନେଶ୍ୱର : ଯେଉଁ ଦିନ କଂଗ୍ରେସ ସଭାପତି ପିସିସି ସଭାପତିଙ୍କୁ ନିଯୁକ୍ତ କରନ୍ତି, ସେହିଦିନ ଠାରୁ ତାଙ୍କ ହଟାଇବା ପାଇଁ ଏକ ଗୋଷ୍ଠୀ ସଜବାଜ ହୋଇଯାଇଥାଏ। ବର୍ତ୍ତମାନ ସେପରି କିଛି ସ୍ଥିତି ଉପୁଜିନାହିଁ। ହେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଆସନ୍ତା ନିର୍ବାଚନ ଯାଏଁ ରହିବେ ନା ନାହିଁ, ସେ ନେଇ ଆଶଙ୍କା ପ୍ରକାଶ ପାଇଲାଣି। ନିଜସ୍ୱ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଅପେକ୍ଷା ଶ୍ରୀ ପଟ୍ଟନାୟକ ଏଆଇସିସି ପ୍ରେସ୍ ରିଲିଜକୁ ଅପେକ୍ଷା କରି ରହୁଛନ୍ତି। ରାଜ୍ୟରେ ଅଣ…

Read More

ଟାଟା ପାୱାର କାନ୍ଧରେ ବନ୍ଧୁକ ରଖି ଚତୁରତାର ସହ ଖସୁଛନ୍ତି କି ରାଜ୍ୟ ସରକାର, କଣ କହୁଛନ୍ତି ଆପ୍ ପ୍ରବକ୍ତା..ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଲଗାତର ବିଜୁଳି ବିଭ୍ରାଟ ଓ ଅଘୋଷିତ ବିଦ୍ୟୁତ କାଟ୍ ପ୍ରସଙ୍ଗରେ ଟାଟା ପାଓ୍ୱାରକୁ ସମାଲୋଚନା କରାଯାଉଛି। ମାତ୍ର ଟାଟା ପାଓ୍ୱାର ହାତରେ ରାଜ୍ୟ ସରକାର ହିଁ ଏହି ଦାୟିତ୍ୱ ଟେକି ଦେଇଛନ୍ତି। ତେଣୁ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ମୁଖ୍ୟ ଗଣମାଧ୍ୟମ ଗୁଡ଼ିକରେ ଗୌଣ ହୋଇଯାଉଛି। ଏହି ପ୍ରସଙ୍ଗରେ ନିଜର ବିଚାର ରଖିଛନ୍ତି ଆପ୍ ପ୍ରବକ୍ତା ତଥା ବୁଦ୍ଧିଜୀବୀ ରଙ୍ଗାଚରଣ ପ୍ରଧାନ। ଶ୍ରୀ ପ୍ରଧାନ ନିଜ ଫେସବୁକ୍ ଜରିଆରେ କହିଛନ୍ତି ଯେ,…

Read More

ନିଶ୍ଚିତ ବିଦାୟ ଜାଣି ନିଜ ଆଡୁ ଓହରୁଛନ୍ତି ଚେଲ୍ଲା କୁମାର, ସିଡବ୍ଲୁସି ସଦସ୍ୟ ନ ହୋଇ ପାରନ୍ତି ନିରଞ୍ଜନ

ଭୁବନେଶ୍ୱର : ଏଆଇସିସିସ୍ତରରେ ବ୍ୟାପକ ପରିବର୍ତ୍ତନର ଆଭାସ ମିଳିଲାଣି। ପ୍ରାୟ ୯ରୁ ୧୦ଟି ରାଜ୍ୟର ପ୍ରଭାରୀ ବଦଳିବେ। ଏଥିରେ ଓଡ଼ିଶା ମଧ୍ୟ ରହିଛି। ଏହା ଜାଣି ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ନିଜ ଆଡ଼ୁ ଦାୟିତ୍ୱମୁକ୍ତ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି। ହେଲେ ଏହା ଗଣମାଧ୍ୟମରେ କେବଳ ନିଜ ଛବି ସଜାଡ଼ିବା ପାଇଁ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ତାମିଲନାଡୁରୁ ଆସିଥିବା ଏହି ପ୍ରଭାରୀ ଜଣଙ୍କ ଜଣେ ମାଇନିଂ ମ୍ୟାନଙ୍କ ଫାର୍ମ ହାଉସରେ ଭୋଜି କରିବା…

Read More

ନିଜର ଭବିଷ୍ୟତକୁ ନେଇ କାହିଁକି ଏମିତି ଭାବୁଛନ୍ତି ଜୁଏଲ୍ ….ଜାଣନ୍ତୁ

ଭୁବନେଶ୍ୱର :  କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଆସିଲେ, ମନ୍ତ୍ରୀ ହେବା ପାଇଁ ଜୁଏଲ ଓରାମଙ୍କ ନାଁ ସବୁଠୁ ଆଗରେ ରହୁଥିଲା। ଦେବେନ୍ଦ୍ର ପ୍ରଧାନଙ୍କ ପରେ ଶ୍ରୀ ଓରାମ ବିଜେପିର ଜାତୀୟ ଚେହେରା ଭାବେ ପରିଚିତ। ଦେବେନ୍ଦ୍ର ପ୍ରଧାନ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ଜୁଏଲ  ଅଟଳ ବିହାର ବାଜପେୟୀ ଓ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପାଇଥିଲେ। ହେଲେ 2014 ପରେ ତାଙ୍କର କେନ୍ଦ୍ର କାଟତି କମିବାରେ ଲାଗିଲା।…

Read More

ପୁରୀ ଲୋକସଭାରେ ବରିଷ୍ଠ ବ୍ରଜ-ପ୍ରସନ୍ନଙ୍କ ବିରୋଧରେ ଲଢ଼ିବେ ମୋଦିଙ୍କ ଗେଲ୍ହା ସମ୍ବିତ

ଭୁବନେଶ୍ୱର : ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପୁରୀ ଅନ୍ୟତମ। ଏହି ଆସନରୁ କଂଗ୍ରେସ, ଜନତା ଦଳ , ସିପିଆଇ ଏବଂ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ପ୍ରତିନିଧି ଜିତିଛନ୍ତି। ୧୯୮୦ ପରେ ଭାରତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ବିଜେପି ଏଠାରୁ କେବେ ଜିତିନାହିଁ। ୨୦୦୯ ମସିହା ଠାରୁ ବିଜେପି ଏହି ଆସନରେ ପ୍ରାର୍ଥୀ ଦେଇ ଆସୁଛି। ପ୍ରଥମ ଦୁଇଥର ତୃତୀୟ ସ୍ଥାନରେ ରହିବା ସହ ଗତଥର ଅଳ୍ପ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ…

Read More

ମନ୍ତ୍ରୀ-ସଚିବଙ୍କୁ ମହଙ୍ଗା ପଡ଼ିଲା କି ୩୫ କୋଟି ଟଙ୍କାର କାରବାର, ସବୁ ଜାଣିବା ପରେ ପଦକ୍ଷେପ ନେଲା କି ତୃତୀୟ ମହଲା…..

ଭୁବନେଶ୍ୱର :  ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସେଲ୍ଫ ଫିନାନ୍ସିଂ ପାଠ୍ୟକ୍ରମର ପ୍ରଚଳନ ସୁନିଶ୍ଚିତ କରିବାକୁ ୩୫ କୋଟି ଟଙ୍କାର କାରବାର ହୋଇଥିଲା। ରାଧେ ରାଧେ ତମର ଅଧେକୁ ଆମର ଅଧେ ନ୍ୟାୟରେ କାର୍ଯ୍ୟନିର୍ବାହୀ ଏବଂ ବିଧାନପାଳିକାଙ୍କ ମେଣ୍ଟ ପରଖି ନେଲା ତୃତୀୟ ମହଲା। କଥା ଦାଣ୍ଡରେ ପଡ଼ି ହାଟରେ ଗଡିବା ଆଗରୁ ଉଭୟ ମନ୍ତ୍ରୀ ଓ ସଚିବଙ୍କୁ ନିଜ ଦାୟିତ୍ୱରୁ ଅପସାରଣ କରିଦେଲେ ରାଜ୍ୟ ସରକାର। ସେହିପରି ସାରା ରାଜ୍ୟର କଲେଜ ଓ…

Read More

ରୋହିତ ପୂଜାରୀଙ୍କୁ କାହିଁକି ବିଦା କଲେ ନବୀନ …ଜାଣନ୍ତୁ…

ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜଭବନ ସଚିବାଳୟକୁ ସୁପାରିସ୍ କରାଯାଇଛି। ସାମୟିକ ଭାବେ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ହେଲେ ପୂଜାରୀଙ୍କୁ କାହିଁକି ବାଦ୍ ଦିଆଗଲା, ସେ ନେଇ ଚର୍ଚ୍ଚା ଜୋର ଧରିଛି।           ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ସମୀକ୍ଷାରୁ ଉଚ୍ଚଶିକ୍ଷା…

Read More