ଜାତୀୟ ରାଜନୀତିରେ ଗୁରୁତ୍ୱ ହରାଇବାରେ ଲାଗିଛି ବିଜେଡି
ଭୁବନେଶ୍ୱର(ମତାମତ) : ନୂଆଦିଲ୍ଲୀ ତଥା ଜାତୀୟ ରାଜନୈତିକ ପ୍ରେକ୍ଷାପଟରେ ବିଜେଡ଼ି ନିଜର ଗୁରୁତ୍ୱ ହରାଉଥିବା ବିଭିନ୍ନ ଘଟଣାରୁ ସ୍ପଷ୍ଟ ହେବାରେ ଲାଗିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସିବା ପରେ ଏହା ପରଦିନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନବୀନ ପଟ୍ଟନାୟକଙ୍କୁ ଏକ ପ୍ରକାର ଅପଦସ୍ଥ କରିଛି। ସେହିପରି ବନ୍ଦେ ଭାରତ ଟ୍ରେନ୍ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ 3ରୁ 4 ବର୍ଷ ପରେ ପୁରୀ ବିମାନବନ୍ଦର ଉଦଘାଟନ କରିବାକୁ କହିବା ବିଜେଡିକୁ ଆହୁରି ଛୋଟ କରି ଦେଇଛି।…
