ଯାଜପୁର ବିଜେଡ଼ି ନେତାଙ୍କ ମଧ୍ୟରେ ଛନକା, ନବୀନଙ୍କ ଆଗରେ ଗୁହାରି..ସାର ପୁଲିସ୍ – ଅଫିସର ଆମ କଥା ଶୁଣୁନାହାନ୍ତି

ଭୁବନେଶ୍ୱର:  ପରାଜୟ ପରେ ଯାଜପୁର ଜିଲ୍ଲା ବିଜେଡି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁଇଦିନ ତଳେ ନବୀନ ନିବାସର ଜିଲ୍ଲାର ନେତାମାନଙ୍କୁ ନେଇ ଏହି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମ ଦଫାରେ ଦଳରେ କିଛି ନେତୃବୃନ୍ଦ ପ୍ରଥମେ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ବସି ନବୀନ ନିବାସ ଯାଇଥିଲେ। ସେଠାରେ ବିଧାନସଭା ନିର୍ବାଚନମଣ୍ଡଳୀଓ୍ୱାରୀ ସମୀକ୍ଷା ହୋଇଥିଲା। ଏହି ବୈଠକରେ ସବୁ ପ୍ରାର୍ଥୀ(ବିଜୟ-ପରାଜିତ)  ଅଂଶଗ୍ରହଣ କରିଥିଲେ। ବଡ଼ଟଣାରୁ ହାରିଥିବା ବର୍ଷା ପ୍ରିୟଦର୍ଶିନୀ ନଥିଲେ। ତାଙ୍କର ଜଣେ କା ରହିଥିଲେ।…

Read More

୨୧ରେ ବିଧାନସଭା ସର୍ବଦଳୀୟ ବୈଠକ, ୨୩ରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ …

ଭୁବନେଶ୍ବର;୨୧ ତାରିଖରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ। ସେହି ଦିନ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି। ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ। ସେହିପରି ଆସନ୍ତା ୨୩ ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ ହେବ। ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ହେବ…

Read More

ହେମନ୍ତ ହେବେ କି ରାଜସାକ୍ଷୀ….ଦାୟିତ୍ୱ ବଢିଲା ସିନା କମିଲାନି…

ଭୁବନେଶ୍ୱର: ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ପ୍ରାୟ ଏକ ମାସ ପରେ ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଥିଲେ। ନୂତନ ମୁଖ୍ୟ ଶାସନ ସଚିବ ନିଯୁକ୍ତ ପରେ ଏହି ଅଦଳବଦଳ ମଧ୍ୟମ ଧରଣର ଥିଲା। ବହୁ ଚର୍ଚ୍ଚିତ ଅଫିସର ଜି.ମାଥିଭାଥନନ୍ ଏବଂ ଭିନିଲ୍ କ୍ରିଷ୍ଣାଙ୍କୁ ଯଥାକ୍ରମେ ଦୁଇ ପ୍ରମୁଖ ବିଭାଗରୁ ଅପସାରଣ କରାଯାଇଥିଲା। ହେଲେ ବିଜେଡି ସରକାରରେ ଥିବା ଜଣେ ଆଇଏଏସଙ୍କୁ ବିଜେପି ଟାର୍ଗେଟ କରୁଥିଲା। ଏପରିକି କୋଭିଡ ସମୟରେ ହୋଇଥିବା ଜିନିଷ ପତ୍ର…

Read More

ଗୌରବ ଗୋଗେଇ ଲୋକସଭାରେ କଂଗ୍ରେସର ଉପ ନେତା…

ନୂଆଦିଲ୍ଳୀ: କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି । ଏଆଇସିସି ସଂଗଠନ ମହାସଚିବ କେ.ସି ବେଣୁଗୋପାଳ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଲୋକସଭା ପାଇଁ ଉପ ନେତା ପଦ ଦେବାକୁ…

Read More

ଓଡ଼ିଆ ଅସ୍ମିତାକୁ ଝାଡ଼ଖଣ୍ଡୀ ମାଡ଼….କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୋହନ…ତାହା ଉପରେ ରହିବ ନଜର …..

ଭୁବନେଶ୍ୱର/ପୁରୀ : ରାଜ୍ୟପାଳ ପଦରୁ ବିଦା ହୋଇ ପାରନ୍ତି ରଘୁବର ଦାସ। ନିଜ ପୁଅଙ୍କ କଳାକରାନାମା ରଘୁବରଙ୍କ ଆଗାମୀ ଦିନର ରାଜନୈତିକ ଆକାଂକ୍ଷା ଉପରେ ରୋକ୍ ଲଗାଇପାରେ। ରଘୁବରଙ୍କ ପୁଅଙ୍କ ନାମରେ ଆସିଥିବା ଅଭିଯୋଗ ଯଦି ସତ ହୋଇଥାଏ, ତେବେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ।  ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ଆସିଛି  ଏକ ସଙ୍ଗୀନ ଅଭିଯୋଗ । ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ…

Read More

କ୍ୟାବିନେଟ୍ ବୈଠକରେ ଏହି ସବୁ ନିଷ୍ପତି ଉପରେ ବାଜିଲା ମୋହର ଜାଣନ୍ତୁ…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତା ର ସୁରକ୍ଷା ଓ ପ୍ରସାର, ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି।…

Read More

ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ହାତେଇବେ କିଏ …….ମନମୋହନ ମାନିବେ ତ……

ଭୁବନେଶ୍ୱର :  ବିଜେପି ନେତା ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଯୋଜନା ବୋର୍ଡର ପୁର୍ନଗଠନ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ହେବାରେ ଲାଗିଛି।  ଏଥିରେ ସ୍ଥାନ ପାଇବାପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଲବି ମଧ୍ୟ ଆରମ୍ଭ କରିସାରିଛନ୍ତି। ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ ପାଇଁ କେତେକ ହେଭି୍ୱେଟଙ୍କ ନାଁ ଚର୍ଚ୍ଚା ହେଉଛି, ସେହିପରି…

Read More

ବ୍ରିଟେନରେ ହାରିଲେ ଋଷି ସୁନକ, ବହୁମତରେ ସରକାର ଗଢ଼ିଲା ଲେବର ପାର୍ଟି…

ବ୍ରିଟେନ ହୋଇଥିବା ସାଧାରଣ ନିର୍ବାଚନରେ ଋଷି ସୁନକଙ୍କୁ ହରାଇ ବାଜି ମାରିଲେ କେର୍‍ ଷ୍ଟାର୍ମରଙ୍କ ।  ଲେବର ପାର୍ଟିର ଏକ ବଡ଼ ବିଜୟ ପରେ କେର୍‍ ଷ୍ଟାର୍ମରଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଯାହା ଫଳରେ ଭାରତୀୟ ମୂଳର ଋଷି ସୁନକ ଆଉ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିବେ ନାହିଁ ।  ୬୫୦ ବିଶିଷ୍ଟ ଆସନରେ ଲେବର ପାର୍ଟିକୁ ବହୁମତ ମିଳିଛି । ଲେବର ପାର୍ଟିକୁ ୩୫୮ଆସନ ମିଳିଥିବା ବେଳେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ମାତ୍ର…

Read More

କିଏ ହେବେ ମୋହନଙ୍କ ପାଣ୍ଡିଆନ୍ , ଯୁବ ଆଇଏଏସ୍ ସ୍ତରରେ ଉତ୍ସୁକତା …

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କିଏ ବ୍ୟକ୍ତିଗତ ସଚିବ ହେବେ ସେନେଇ ଅଫିସର ଖୋଜା ଆରମ୍ଭ ହୋଇଗଲାଣି।  ଆଜି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ, ସିଏମଓ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ନିଯୁକ୍ତି ପରେ ଏକାଧିକ ଓଏଏସ୍ ଅଫିସର ମଧ୍ୟ ନିଯୁକ୍ତ ହୋଇ ସାରିଲେଣି।  ମାତ୍ର ଏବେ ବ୍ୟକ୍ତିଗତ ସଚିବଙ୍କୁ ନେଇ ଟର୍ଚ୍ଚା ଆରମ୍ଭ ହୋଇଛି। ଏହା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପସନ୍ଦ…

Read More

ଛାତ୍ର ସଂସଦ ନିର୍ବାଚନ କରିବା ନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଛାତ୍ର ପ୍ରତିନିଧିଙ୍କ ଦାବିପତ୍ର

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯିବା ଓ ଛାତ୍ର ବିରୋଧି ନିଟ୍ ପରୀକ୍ଷା ଉଚ୍ଛେଦ ପାଇଁ ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ଗ୍ରହଣ କରିବା ଦାବିରେ ଏଆଇଏସ୍ଏଫ୍ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଗତ ୨୦୧୮ ମସିହାଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ନିଜ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ନେତୃତ୍ୱର ସଂକଟ ବୃଦ୍ଧି ପାଇବା ସହ କ୍ୟାମ୍ପସରେ ରାଗିଗ୍ଂ ଓ ଅନ୍ୟାନ୍ୟ…

Read More