ଶକ୍ତି ପ୍ରଦର୍ଶନ ସହ ବ୍ରହ୍ମଗିରି ଫେରିଲେ ସଞ୍ଜୟ
ବ୍ରହ୍ମଗିରି : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କର୍ମେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆଜି ବ୍ରହ୍ମଗିରି ବ୍ଲକ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମଗିରି ବ୍ଲକ ଉତ୍ତରସ୍ଵର ମନ୍ଦିର ପ୍ରାଙ୍ଗଣ ଠାରୁ ପ୍ରାୟ ତିନି କିଲୋମିଟର ପଦଯାତ୍ରା ଆରମ୍ଭ ହୋଇ ଅଲାରନାଥ ଲାଇବ୍ରେରୀ ଠାରେ ପହଞ୍ଚି ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପରମ ପୂଜ୍ୟ ଜାତୀର ପିତା…
