ପର୍ଯ୍ୟଟନ ବିକାଶ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଶାରଦା
ଭୁବନେଶ୍ୱର: ବିଶ୍ଵପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାରେ ଭିତରକନିକା ଅଭୟାରଣ୍ୟ ଅବସ୍ଥିତ ଥିବାରୁ ବିଶ୍ଵର ବିଭିନ୍ନ ସ୍ଥାନ ରୁ ଅନେକ ପର୍ଯ୍ୟଟକ ଏସବୁ କୁ ଭ୍ରମଣ କରିବା ପାଇଁ ଆସୁଛନ୍ତି। ଉକ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ପାଇଁ ପାରାଦ୍ଵୀପ-ହରିଦାସପୁର ରେଳପଥ ଯୋଗାଯୋଗ ର ଏକମାତ୍ର ମାଧ୍ୟମ ହୋଇଥିବାରୁ ରେଳପଥ ରେ ଯାତ୍ରୀବାହୀ ରେଳ ଚଳାଚଳ ହେଲେ ଆମ ଅଞ୍ଚଳର ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଅଧିକ ରୁ ଅଧିକ ଉନ୍ନତି ହୋଇପାରିବ,…
