ରାଜ୍ୟସଭାରୁ ଟିଏମସି ସାଂସଦ ନିଲମ୍ବିତ …
ନୂଆଦିଲ୍ଲୀ; ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ତୃଣମୂଳ କଂଗ୍ରେସର (ଟିଏମସି) ସାଂସଦ ଡେରେକ୍ ଓ’ବ୍ରାଏନଙ୍କୁ ନିଲମ୍ବିତ କରାଯାଇଛି। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ଓ’ବ୍ରାଏନ୍ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଗତକାଲି ଅପରାହ୍ନରେ ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ପରେ ଗୁରୁବାର ବା ଆଜି ପୁଣି ଥରେ ସଂସଦ ଆରମ୍ଭ ହୋଇଛି। ଏହି ସମୟରେ ଓ’ବ୍ରାଏନ୍ ରାଜ୍ୟସଭା କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆରମ୍ଭ କରିଥିଲେ, ଯାହାକୁ ନେଇ ତାଙ୍କୁ ଗୃହ ଛାଡ଼ିବାକୁ କୁହାଯାଇଥିଲା। …
