ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବ ଏକାମ୍ର ଉତ୍ସବ;ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆସନ୍ତା ୩ ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି “ଏକାମ୍ର ଉତ୍ସବ” । ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ l ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ଯ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” l ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏକାମ୍ର ଉତ୍ସବ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଏବଂ ପ୍ରାଚୀନ ମୂଳକୁ ପ୍ରତିପାଦିତ କରି…
