ମୁଁ କ’ଣ କହିଛି, ସେ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖନ୍ତୁ , ମୋ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ ଦଫା କାହିଁକି ଲାଗିବନି ବୋଲି ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଜଣେ ଜନ ପ୍ରତିନିଧି। ବିଧାୟକ ବି ଜନ ପ୍ରତିନିଧି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ ହେଲେ ଦଫା ଲାଗୁଛି। ହେଲେ ବିଧାୟକ ଭାବେ ମୁଁ ଜନ ପ୍ରତିନିଧି ମୋ ଉପରକୁ ଅଣ୍ଡା ମାଡ଼ ହେଲା, ହେଲେ କାହିଁକି ୩୦୭ ଧାରା ଲାଗିଲା ନାହିଁ ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ତାଙ୍କ ନାଁରେ ସଚିବ ଶୁକ୍ରବାର ଯେଉଁ କଥା ସବୁ କହିଲେ, ତାହା ମିଛ। ଯଦି ସେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ…

Read More

ଜଣେ ଅଫିସର କାହିଁକି ଅଭିଯୋଗ ଶୁଣାଣି ପାଇଁ ବୁଲିବେ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ସମ୍ପାଦକୀୟ ଲେଖିଥିଲେ। ଯାହାର ଶୀର୍ଷକ ଥିଲା ଅତି ଲେମ୍ବୁ ଚିପୁଡିଲେ ପିତା। ବର୍ତ୍ତମାନ ରାଜ୍ୟରେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦ୍ରାୟନ ସଫଳ ହେଉଛି। ବୈଷୟିକ ବିଦ୍ୟାର ଏପରି ଯୁଗରେ ଅଭିଯୋଗ ଆଣିବା ପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଗସ୍ତ କରିବା ଓ ତାଙ୍କ ଗସ୍ତକୁ ନେଇ ଅଯଥା ରାଜନୀତି ହେବା ନିଷ୍ପତ୍ତି ହାସ୍ୟାସ୍ପଦ । ଏହା ଦ୍ୱାରା ବହୁତ ଅର୍ଥ ଖର୍ଚ୍ଚ ହେଉଛି।…

Read More

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ, ସେପ୍ଟେମ୍ବରରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ଜଣାପଡିଛି । କେବଳ ରାହୁଲ ନୁହେଁ, ଯଦି ସବୁକିଛି ଠିକ୍ ହୁଏ, ତେବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେହି ମାସରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ଶେଷ ସପ୍ତାହରେ ଉଭୟ ମଧ୍ୟରୁ ଜଣଙ୍କର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ ବୋଲି ଜଣାପଡିଛି। ଖଡିଆର  କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୁକ୍ରବାର ଗଣମାଧ୍ୟମକୁ ରାହୁଲଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି।…

Read More

କାହିଁକି ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଦଶପଲ୍ଲା ବିଧାୟକଙ୍କ ବିରୋଧରେ….କାହା ଦ୍ୱାରା ପରିଚାଳିତ ହେଉଛନ୍ତି ଶ୍ରୀ ବେହେରା

ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ଦଶପଲ୍ଲା। ଏହି ଆସନ ବର୍ତ୍ତମାନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇଯାଇଛି। ମାତ୍ର ଏକଦା ଏହି ଆସନରୁ କଂଗ୍ରେସର ହେଭି୍ୱେଟ୍ ହରିହର କରଣ ଏବଂ ଜନତା ଦଳର ବରିଷ୍ଠ ନେତା ରୁଦ୍ରମାଧବ ରାୟ ପ୍ରମୁଖ ବିଜୟୀ ହୋଇଥିଲେ। ଗତ ତିନୋଟି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବିଜେଡି ଦ୍ୱିତୀୟ ଥର ସୁଯୋଗ ଦେଇନାହିଁ। ବର୍ତ୍ତମାନ ମଧ୍ୟ ସେହିପରି ଆଲୋଚନା ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି।  ନିୟମିତ ପ୍ରାର୍ଥୀ…

Read More

ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧା ବାଟରେ ଅଟକାଇ ଆକ୍ରମଣ କଲେ ବିଜେଡି କର୍ମୀ …

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରାସ୍ତାରେ ଶୁକ୍ରବାର ହାଇ ପଲିଟିକାଲ ଡ୍ରାମା ଦେଖିବାକୁ ମିଳିଛି। ବିଜେଡିରୁ ନିଲମ୍ବିତ ହୋଇଥିବା  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ  ବିଜେଡି କର୍ମୀ ଅଟକାଇବା ସହ ଆକ୍ରମଣ ଉଦ୍ୟମ କରିଛନ୍ତି। ଜିଲ୍ଲା ବିଜେଡି କର୍ମୀ ଏବଂ ବିଧାୟକ   ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ମରଣାନ୍ତକ ଭାବରେ ମୁହାଁମୁହିଁ ହୋଇଛନ୍ତି।  ଏମିତି କି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି। ରାଜ୍ୟ ପୁଲିସ ସଂଖ୍ୟାଧିକ ଭାବେ ସେହି…

Read More

ମୋର କିଛି ହେଲେ, ସରକାରୀ ଦାୟୀ ରହିବେ ବୋଲି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଁ ସ୍ୱାଧିନ ବିଧାୟକ ହୋଇପାରେ। କୌଣସି ଦଳରେ ନ ଥାଇପାରେ । ମାତ୍ର ମୁଁ ଜନ ପ୍ରତିନିଧି ମୁଁ ଯେମିତି ହେଲେ ଗୋପାଳପୁର ଯିବି। ଏହି ଯିବା ସମୟରେ କିମ୍ବା ଗୋପାଳପୁରରେ କୌଣସି ଅସୁବିଧା ହେଲେ ରାଜ୍ୟ ସରକାର ଦାୟୀ ରହିବେ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ପ୍ରଭାବଶାଳୀ ଅଫିସରଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଶ୍ରୀ ପାଣିଗ୍ରାହୀଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ…

Read More

CWCରେ ସ୍ଥାନ ନ ପାଇବା ପରେ ଏହି ପ୍ରୟାସରେ ଲାଗିଛନ୍ତି ପଟ୍ଟନାୟକ ପରିବାର….କିଏ କହିଥିଲେ ଏମାନଙ୍କୁ ଓଡ଼ିଶା କଂଗ୍ରେସର କ୍ୟାନସର…

ଭୁବନେଶ୍ୱର : ନିକଟରେ କଂଗ୍ରେସ ପକ୍ଷରୁ ସିଡବ୍ଲୁସି ତାଲିକା ଘୋଷଣା କରାଯାଇଛି। ବିହାର ପ୍ରଭାରୀ ଥିବାରୁ ଭକ୍ତ ଚରଣ ଦାସଙ୍କୁ  ଏଥିରେ ସ୍ଥାନ ମିଳିଛି। ମାତ୍ର ଏହା ମୂଳ ସିଡବ୍ଲୁସି କିମ୍ବା ସାଧାରଣ ସମ୍ପାଦକ ତାଲିକାରେ ଭକ୍ତଙ୍କୁ ସ୍ଥାନ ମିଳିନାହିଁ। ଏହି ତାଲିକାରେ ଓଡ଼ିଶାର ଅନ୍ୟ କୌଣସି ନେତାଙ୍କୁ ସ୍ଥାନ ମିଳି ନାହିଁ। ଏହି ତାଲିକାରେ ସ୍ଥାନ ପାଇବା ପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରୟାସ କରି ବିଫଳ ହୋଇଛନ୍ତି। ଯାହା ପଟ୍ଟନାୟକ କ୍ୟାମ୍ପକୁ…

Read More

ଲୋକସଭା ଲଢିବେନି ଭକ୍ତ ଚରଣ ଦାସ, ନର୍ଲାରୁ ବିଧାନସଭା ପାଇଁ ଲଢିବେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରାର୍ଥୀ ହୋଇ ପାରନ୍ତି। ପ୍ରାୟ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭକ୍ଚ ଚରଣକୁ ବିଧାନସଭା ମଇଦାନରେ ଦେଖିବାକୁ ମିଳିପାରେ। ଏହି ଆସନଟି ବର୍ତ୍ତମାନ ବିଜେଡି ହାତରେ ରହିଛି । ପୂର୍ବତନ କଂଗ୍ରେସ ନେତା , ବିରୋଧି ଦଳ ନେତା ଭୂପିନ୍ଦର ସିଂ ବିଜେଡିରୁ ଏହି ଆସନରୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଛନ୍ତି। ଭକ୍ତ ଚରଣ ଦାସ ପ୍ରଭାରୀ କୋଟାରେ ସିଡବ୍ଲ୍ୟୁସି ସମ୍ପ୍ରସାରଣରେ…

Read More

ଅରୁଣଙ୍କ ବିରୋଧରେ ଲଢିବାକୁ ଚାହୁଁ ନାହାନ୍ତି ପ୍ରତ୍ୟୁଷା, ପାଖ ଆସନ ଉପରେ ପକାଇଛନ୍ତି ନଜର …

ନୟାଗଡ଼ : ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ବର୍ତ୍ତମାନ ବିଜେପି ନେତ୍ରୀ। ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ଭାବେ କନ୍ଧମାଳ ଲୋକସଭାରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ସ୍ୱାମୀ ହେମେନ୍ଦ୍ର ସିଂ ମଧ୍ୟ କନ୍ଧମାଳରୁ ଏମପି ହୋଇଥିଲେ। ଘଟଣାକ୍ରମରେ ପ୍ରତ୍ୟୁଷା ବିଜେଡିରୁ ଟିକେଟ୍ ମିଳି ନ ବାରୁ ବିଜେପିରେ ଯୋଗ ଦେଇଥିଲେ। ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାରେ ବିଜେଡି ବିରୋଧରେ ପ୍ରଚାର କରିଥିଲେ। ହେଲେ ସେପରି କିଛି ସୁଫଳ ପାଇ ନ ଥିଲେ। ବିଜେପିରେ ଥିଲେ ବି ବିଜେଡି…

Read More

ବ୍ଲକସ୍ତରରୁ ୯ ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ କରିବ କଂଗ୍ରେସ

ଭୁବନେଶ୍ୱର:  ଆସନ୍ତା କାଲିଠାରୁ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୧୪ ବ୍ଲକ ଘେରାଉ କରାଯିବ। କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ୩୦ ଜିଲ୍ଲାର ୩୧୪ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ।  ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବ୍ଲକସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାରକୁ ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କରିବା…

Read More