ନିର୍ବାଚନ ପୂର୍ବରୁ କାର୍ଯ୍ୟକାରିଣୀରେ କ’ଣ ସବୁ କହିଲେ ନବୀନ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜର କାର୍ଯ୍ୟକାରିଣୀ ବୈଠକ ଶେଷ କରିଛି। ବିରୋଧିଙ୍କୁ ଆକ୍ରମଣାତ୍ମକ ରାଜନୈତିକ ଆକ୍ରମଣ ଅପେକ୍ଷା ନିଜ ଉପଲବ୍ଧିକୁ ଅଧିକ ଗୁରୁତ୍ୱ ଦେଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, ଆଜି ବିଜୁ ଜନତା ଦଳର Extended State Executive Committee Meetingକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ । ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସେମାନଙ୍କୁ ମୋର ପ୍ରଣାମ । ବିଜେଡି  Women Empowermentରେ ବିଶ୍ବାସ କରେ । ସବୁବେଳେ ଆମେ ମା ମାନଙ୍କ କଲ୍ୟାଣକୁ priority ଦେଇ ଆସିଛୁ । ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।   ମା ମାନଙ୍କ ନେତୃତ୍ବ ନେଉଥିବା ଆମର women leadershipକୁ ମୋର ପ୍ରଣାମ । ମା ମାନଙ୍କ ପସନ୍ଦ ବିଜୁ ଜନତା ଦଳ । ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ। ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ତେ କହୁଛନ୍ତି BJD is the most successful Regional Party.  କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ BJD is the most successful socio-economic movement in the country. ବିଜେଡିର  ମୂଳ ମନ୍ତ୍ର ସେବା । ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ୍‌ ଭାବେ ପାଳନ କରିବା ପାଇଁ  grassroot levelରୁ ଆମର କର୍ମୀ ଓ ଆମର ବିଭିନ୍ନ levelର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି । କିଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ election preparation କେମିତି ଚାଲିଛି । ମୁଁ କହିବାକୁ ଚାହେଁ ଯେ election preparation ନୁହେଁ। ଆମେ ଲେକଙ୍କ କାମରେ ବିଶ୍ବାସ କରୁ । ସେବାରେ ବିଶ୍ବାସ କରୁ  ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଥିଲେ।

          ସେହିପରି ଇତିହାସ କେବେ ଏତେ ବଡ transformation ଦେଖି ନ ଥିଲା। You are part of the transformation and you are also witnessing it.  ମଠ ମନ୍ଦିର ହେଉ, ବା school, college, hospital,  ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ Bank ସୁବିଧା, ଲକ୍ଷ୍ମୀ ଯୋଜନା ହେଉ, ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡିଶାର ରୂପାନ୍ତର ।    ଓଡିଶା ଆଜି ଦେଶର Sports Capital ହୋଇ ପାରିଛି।  Investment କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆ ନୂଆ IT Company ଖୋଲିବାରେ ହେଉ ବା, Skill development ବା ମା ମାନଙ୍କ empowerment, ଚାଷୀ ମାନଙ୍କ empowerment ସବୁ କ୍ଷେତ୍ରରେ, ଓଡିଶା ସାରା ଭାରତରେ ଆଜି example ହୋଇଛି । ବିରୋଧୀ ମାନେ ସବୁବେଳେ ମିଛ ପ୍ରଚାର କରିବେ । ବିରୋଧୀଙ୍କ ପାଖରେ କିଛି issue ନାହିଁ। ଓଡ଼ିଶାର  transformation ସେମାନଙ୍କ  ପାଇଁ ବଡ଼  shock  ହୋଇଛି ବୋଲି କହି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଛିଗୁଲେଇଥିଲେ।

ସେମାନେ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ । ମିଛ କହିବେ। Grassroot levelରୁ ଆମକୁ ଏହାର ଦୃଢ ମୁକାବିଲା କରିବାକୁ ହେବ । Social mediaରେ ଏହାକୁ ବିରୋଧ କରିବାକୁ ହେବ । ତା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *