କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ଚିରଞ୍ଜୀବ….ନାଉଗାଁ ବନ୍ଧୁ ମିଳନରେ ଦେଲେ ସୂଚନା …

ଜଗତସିଂହପୁର: ମୁଁ ନିର୍ବାଚନ ଜିତିଲେ ହେଉ କି ହାରିଲେ। ଆପଣମାନେ ସବୁ ବେଳେ ମୋ ସାଥୀରେ ରହି ଆସିଛନ୍ତି। ଗତ ସାଢେ ଚାରି ବର୍ଷରେ ମଧ୍ୟ ମୋ ସାଥ୍ ଦେଇଛନ୍ତି। ତେଣୁ ଆପଣମାନଙ୍କ ନ ଜଣାଇ ମୁଁ ଆଗାମୀ କାର୍ଯ୍ୟପନ୍ଥା କେମିତି ସ୍ଥିର କରିବି। ଆସନ୍ତା ସପ୍ତାହେ କିମ୍ବା ଦଶ ଦିନ ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଏଥିପାଇଁ ଆପଣଙ୍କ ସହଯୋଗ ଦରକାର ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ କହିଥିଲେ। ଜଗତସିଂହପୁର ଜିଲ୍ଲା ନାଉଗାଁ ଠାରେ ଗତ ରବିବାର ଆୟୋଜିତ ବନ୍ଧୁ ମିଳିନ କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱାଳ ଏହା କହିଛନ୍ତି। ସ୍ଥାନୀୟ ଅଞ୍ଚଳ ଓ ଭବିଷ୍ୟତର ରାଜନୀତିକୁ ଦୃଷ୍ଟିରେ ରଖି ଯାହା ନିଷ୍ପତ୍ତି ନେବେ ସେଥିରେ ସହଯୋଗ କରିବାକୁ ବନ୍ଧି ମିଳନରେ ଉପସ୍ଥିତି ଲୋକମାନେ ସମ୍ମତି ପ୍ରଦାନ କରିଥିଲେ। ପ୍ରାୟ ଦେଢ ହଜାରରୁ ଦୁଇ ହଜାର ଲୋକ ଏହି ସଭାରେ ଯୋଗ ଦେଇଥିଲେ। ଅଧିକାଂଶ ଲୋକ ଜଗତସିଂହପୁର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଥିଲେ। ଅନ୍ୟ ଅଞ୍ଚଳରୁ କିଛି ପୁରୁଣା ଲୋକ ରହିଥିଲେ। ଏହି ବନ୍ଧୁ ମିଳନରେ ଲାଗିଥିବା ପୋଷ୍ଟର ବ୍ୟାନରରେ କଂଗ୍ରେସ ଦଳ ନାଁ, ଚିହ୍ନ ନ ଥିଲା। ଥିଲା ସମ୍ପୂର୍ଣ୍ଣ ସାଧାସିଧା। ତେଣୁ ଚିରଞ୍ଜୀବ ଖୁବଶୀଘ୍ର ଦଳ ଛାଡୁଥିବା ସ୍ପଷ୍ଟ ହୋଇଯାଇଛି। ଦଳ ଛାଡିବାର କିଛି ଘଣ୍ଟା ମଧ୍ୟରେ ସେ ନବୀନ ନିବାସ କିମ୍ବା ଶଙ୍ଖ ଭବନ ଯାଇ ବିଜେଡିରେ ମିଶିବେ ବୋଲି ଜଣାପଡିଛି।