ଓଡ଼ିଶା ସରକାରଙ୍କ ମହମ୍ମଦ ବିଲ୍ ତୋଗଲକ କିଏ ? ରାଜ୍ୟ ଅମଲା ମୁଖିଆଙ୍କୁ ଦେଲେ ଦିଲ୍ଲୀରେ ଅତିରିକ୍ତ ନିଯୁକ୍ତି…

ଭୁବନେଶ୍ୱର : ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ପ୍ରଶାସନ ତଥା ଅମଲାଙ୍କ ସେ ମୁଖିଆ। ତାଙ୍କ ପଦର ଗାରିମା ରକ୍ଷା କରିବା ସରକାରଙ୍କ କାମ। ହେଲେ ସେଥିରେ ଏକ ଖରାପ ପରମ୍ପରା ଯୋଡି ହୋଇଯାଇଛି। ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ତାଙ୍କୁ ଅତିରିକ୍ତ ଭାବେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଆବାସିକ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟ ଶାସନ ସଚିବ ସ୍ୱତନ୍ତ୍ର କ୍ଷମତା ଓ ପଦ ମର୍ଯ୍ୟାଦା ଉପଭୋଗ କରିଥାନ୍ତି। ଏହି ପଦ ସହ ଅନ୍ୟ କୌଣସି ସ୍ୱୟଂ ଶାସିତ ସଂସ୍ଥା ଯଥା- ରାଜ୍ୟ ପ୍ରଦୂଷଣ ବୋର୍ଡ ଆଦିର ସେ ଦାୟିତ୍ୱରେ ରହିପାରିବେ। ମାତ୍ର ମୁଖ୍ୟ ଆବାସିକ କମିଶନର ଭାବେ ଏପରି ପଦରେ ପ୍ରଶାସନିକ ନିଯୁକ୍ତିଙ୍କୁ ସମୀକ୍ଷକଙ୍କ ମହଲରେ ଅପରିପକ୍ୱ ଭାବେ ଦେଖାଯାଇଛି। ଏପରି ଏକ ବିଜ୍ଞପ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା କାର୍ଯ୍ୟାଳୟ ବାହାର କେଉଁ ବ୍ୟକ୍ତିଙ୍କ ଉର୍ବର ମସ୍ତିଷ୍କର ନିର୍ଯ୍ୟାସ, ତାହା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *