ସିଲିଯୋଡା କାଳିମାଟି ଆଇରନ ଓ ମାଙ୍ଗାନିଜ ଖଣିରେ ଶ୍ରମିକ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଲା

କେନ୍ଦୁଝର-୩୧/୧,( ଦିଲ୍ଲୀପ କୁମାର ସାହୁ)- କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଅନ୍ତର୍ଗତ ସିଲଯୋଡା କାଳିମାଟି ଆଇରନ ଓ ମାଙ୍ଗାନିଜ ଖଣିରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଛଟେଇ,ସର୍ବନିମ୍ନ ମଜୁରି ପ୍ରଦାନ, ଇପିଏଫ, ଇଏସ୍ଆଇ ,ବାର୍ଷିକ ବୋନସ ପ୍ରଦାନ ନ କରି ଶ୍ରମିକଙ୍କୁ ଶୋଷଣ କରୁଥିବା ସହ ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ ଦାୟିତ୍ଵବୋଧ ନ ତୁଲାଇବାର ଅଭିଯୋଗ କରି ଶ୍ରମିକ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି, ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଖଣିରେ କାର୍ଯ୍ୟକରୁଥିବା ଶ୍ରମିକ ମାନଙ୍କୁ ନିଜ ଅଧିକାରରୁ କମ୍ପାନୀ ବଞ୍ଚିତ କରୁଥିବା ବେଳେ ଅହେତୁକ ଶୋଷଣ ନୀତି ଅବଲମ୍ବନ କରୁଛି, ଖଣି ପ୍ରଭାବିତ ଅଞ୍ଚଳରେ ପ୍ରାରମ୍ଭିକ ସ୍ବାସ୍ଥ୍ୟସେବା ଯୋଗାଇବା, ଶୁଦ୍ଧ ପାନୀୟ ଜଳ ଯୋଗାଣ, ଭୋଜନ ମଣ୍ଡପ ନିର୍ମାଣ ଓ କାର୍ଯ୍ଯସ୍ଥଳୀରେ ଅସ୍ଥାୟୀ ବିଶ୍ରାମ ଗୃହ ନିର୍ମାଣ ଇତ୍ୟାଦି ଜନମଙ୍ଗଳ କାର୍ଯ୍ୟ ଗୁଡିକ ଦାବି କରି ଶ୍ରମିକ ଆନ୍ଦୋଳନ ଚାଲୁଅଛି। ସିଲଯୋଡା କାଳିମାଟି ମାଇନ୍ସ ମଜଦୁର ସଂଘର ଆହ୍ଵାନ କ୍ରମେ ଖଣିରେ କାର୍ଯ୍ୟରତ ଶ୍ରମିକ ମାନେ ଖଣି କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଭାରତୀୟ ମଜଦୂର ସଂଘ ଓଡ଼ିଶା ପ୍ରଦେଶର ଉପସଭାପତି ଶ୍ରୀଯୁକ୍ତ ଡାକ୍ତର ମହାନ୍ତ ଓ କେନ୍ଦୁଝର ଜିଲ୍ଲା ସଂଘର ସଭାପତି ବାବୁଲାଲ ମହାନ୍ତ, ସଂଗଠନ ସଂପାଦକ ମନୋଜ କୁମାର ପଟେଲ, ବରିଷ୍ଠ ଆଇନଜୀବୀ ଯତିନ୍ଦ୍ର କୁମାର ବେହେରା ,ଚନ୍ଦନ ବୋଇପାଇ,ଗାୟତ୍ରୀ ଜେନା, ସଞ୍ଜୟ ମହାନ୍ତ,ବାସନ୍ତୀ ପାତ୍ର,ପାନ ମାଝୀ,ଶିବ ଲାଗୁରି,ଜିତେନ୍ଦ୍ର ହାଇବୁରୁ ପ୍ରମୁଖ ସାମିଲ ହୋଇ ଶ୍ରମିକ ମାନଙ୍କ ଅଧିକାର ଓ ସ୍ବାଭିମାନକୁ ଯଥାଶୀଘ୍ର କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ ନ କରନ୍ତି ତାହେଲେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଚାଲୁରହିବ ବୋଲି ଚେତାବନୀ ଦେଇଛନ୍ତି । ତେବେ କମ୍ପାନୀ ପ୍ରରୋଚନାରେ ଆସି ସ୍ଥାନୀୟ ପୋଲିସ ପ୍ରଶାସନ ଆନ୍ଦୋଳନର ମୁଖ୍ୟ ତଥା କାଳିମାଟି ମାଇନ୍ସ ମଜଦୁର ସଂଘର ସାଧାରଣ ସଞ୍ଜୟ ଲାଗୁରି ,ରତ୍ନା ବାରିକକୁ ବାମେବାରି ପୋଲିସ ଗିରଫ କରି ନିରୀହ ଆଦିବାସୀ ଶ୍ରମିକଙ୍କ ପ୍ରତି ଅନ୍ୟାୟ କରିଥିବା ନେଇ ସମସ୍ତ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖା ଦେଇଥିଲା ଓ ଅନ୍ଯ ୧୫ଜଣ ଶ୍ରମିକଙ୍କ ନାମରେ କମ୍ପାନୀ କର୍ତ୍ତୃପକ୍ଷ ମିଥ୍ୟା ମାମଲାରେ କେଶ୍ ରୁଜୁ କରିଥିବାରୁ ସଂଘ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇ ଅଛି। ଶ୍ରମ ପ୍ରବର୍ତ୍ତନ ଅଧିକାରୀଙ୍କ ସହ ଆଲୋଚନାଚକ୍ର ଅନୁପସ୍ଥିତ ରହିବା ଓ ଅଧିକାରୀ ନିର୍ଦ୍ଦେଶକୁ ବେଖାତିର କରିବା ଓ ସରକାର ଶ୍ରମିକ ମାନଙ୍କ ନ୍ଯାୟ ପ୍ରଦାନ କରିବାରେ ବିଳମ୍ବ କରି କମ୍ପାନୀ କର୍ତ୍ତୃପକ୍ଷଙ୍କ ଶ୍ରମିକ ଶୋଷଣ, ସର୍ବନିମ୍ନ ସୁବିଧା ସୁଯୋଗ ଉପଲବ୍ଧ, ଆଦିବାସୀଙ୍କ ବିକାଶ ବିରୋଧୀ ନୀତିକୁ ଆଗାମୀଦିନରେ ଦୃଢ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି ଭାରତୀୟ ମଜଦୁର ସଂଘ ରାଜ୍ଯ ସାଧାରଣ ସମ୍ପାଦକ ପୃଥୀରାଜ ପଣ୍ଡା ଓ ସଭାପତି ବାଦଲ ମହାରଣା ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *