ଜେଏସପିର କାସିଆ ଓ ଟେନ୍ସା ଖଣିକୁ ମିଳିଲା ସମ୍ମାନଜନକ ଖଣି ନିରାପତ୍ତା ପୁରସ୍କାର ୨୦୨୪
ନୂଆଦିଲ୍ଲୀ/ଭୁବନେଶ୍ଵର, ୩୦/୦୭: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ଓଡ଼ିଶାରେ ଥିବା ତାର ଖଣି ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ନିମନ୍ତେ ଖଣି ନିରାପତ୍ତା ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସର୍ବଭାରତୀୟ ଖଣି ନିରାପତ୍ତା ପୁରସ୍କାର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ବଡ଼ ଓପନ୍ କାଷ୍ଟ ମେଟାଲ ଖଣି ବର୍ଗରେ ଜେଏସପିର କାସିଆ ଲୁହାପଥର ଖଣି ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର ହାସଲ କରିଥିବା ବେଳେ, ମଧ୍ୟମ ଓପନ୍ କାଷ୍ଟ ମେଟାଲ ଖଣି ବର୍ଗରେ ଟେନ୍ସା ଲୁହାପଥର ଖଣି ଦ୍ବିତୀୟ ପୁରସ୍କାର ହାସଲ କରିଛି…
