ଅନିଶ୍ଚିତତା ରେ ୫୦୦୦ କୋଟି ପୁଞ୍ଜି ନିବେଶ, ଅଟକିଛି
୩୦୦୦ ନିଯୁକ୍ତି ସୁଯୋଗ
ଯାଜପୁର,୧୫/୫(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନ ହେଲେ ପୁଞ୍ଜିନିବେଶ ବଢିବ। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ସୃଷ୍ଟି କରିବ। ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ଦେଶ, ବିଦେଶ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏଥିପାଇଁ ସରକାର ନିୟମିତ ପଦକ୍ଷେପ ନେଉଛନ୍ତି। ଅପରପକ୍ଷରେ ପୁଞ୍ଜିନିବେଶ ପାଇଁ ପୂର୍ବରୁ ପ୍ରସ୍ତୁତ ଥିବା ଏକାଧିକ ଶିଳ୍ପ ସଂସ୍ଥାକୁ ଏଯାଏଁ ଜମି ହସ୍ତାନ୍ତର କରାଯାଇନାହିଁ। ଏଠି ସାରା ଓଡ଼ିଶା କଥା କୁହାଯାଉନାହିଁ। ରାଜ୍ୟର ଅନ୍ୟତମ ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁରର କଳିଙ୍ଗନଗର କଥା…
