ଆଜି ୪୨.୮ ଡିଗ୍ରି ତାପମାତ୍ରା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର
ଆଜି ୪୨.୮ ଡିଗ୍ରି ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଅପରାହ୍ଣ ସାଢେ ୨ଟା ସମୟରେ ରେକର୍ଡ କରାଯାଇଥିବା ତାପମାନ ଅନୁଯାୟୀ, ଝାରସୁଗୁଡ଼ା ପଛକୁ ରହିଛି ହୀରାକୁଦ (୪୦.୮ ), କେନ୍ଦୁଝର(୪୦.୦), ଚାନ୍ଦବାଲି(୩୯.୨), ଭୁବନେଶ୍ୱର (୩୮.୬), ବାଲେଶ୍ୱର(୩୬.୦), ପୁରୀ(୩୪), ଗୋପାଳପୁର(୩୩.୮) ଓ ପାରାଦୀପ(୩୨.୨ ଡିଗ୍ରି)। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ସର୍ବୋଚ୍ଚ ତାପମାତ୍ରା ୪୦…
