ମୁଷଳଧାର ବର୍ଷା ପରେ ହିମାଚଳ ପ୍ରଦେଶର ଅନୁଭୂତ ହେଲା ଭୂମିକମ୍ପ
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ମଧ୍ୟରେ ଆଜି ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ଲାହୋଲ –ସ୍ପିତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି।ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଭୂକମ୍ପର ଗଭୀରତା ଭୂମି ଠାରୁ ୫ କିଲୋମିଟର ଗଭୀର ବୋଲି ଜଣାପଡିଛି । ଏଥିରେ କୌଣସି ଧନଜୀବନର କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି । ଭୂକମ୍ପ ଝଟକା ଅନୁଭବ…
